19.1 C
Bhubaneswar
Saturday, November 23, 2024
Homeଓଡିଶାୟୁକ୍ରେନରେ ଫସିରହିଛନ୍ତି ୨ ବିଦ୍ୟାର୍ଥୀ

ୟୁକ୍ରେନରେ ଫସିରହିଛନ୍ତି ୨ ବିଦ୍ୟାର୍ଥୀ

ବ୍ରହ୍ମପୁର : ଋଷ ଓ ୟୁକ୍ରେନ୍ ମ୍‌ଧ୍ୟରେ ଚାଲିଥିôବା ଯୁଦ୍ଧ ଯୋଗୁଁ ସେଠାରେ ଫସିଥିବା ସମସ୍ତ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା “ଅପରେସନ ଗଙ୍ଗା ‘ ସରିଥିବା କୁହାଯାଇଛି । ଏଯାବତ୍ ଦେଶର ବିଭିନ୍ନ ଅଞ୍ଚଳର ହଜାର ହଜାର  ବିଦ୍ୟାର୍ଥୀ ଏହି ଯୋଜନାରେ ଉଦ୍ଧାର ହୋଇଥିବା ବେଳେ ସେଥି ମଧ୍ୟରେ ଗଞ୍ଜାମ ଜିଲ୍ଲର ବହୁ ବିଦ୍ୟାର୍ଥୀ ନିିଜ ଘରକୁ ଫେରିଛନ୍ତି, କିନ୍ତୁ ଆଜି ସୁଦ୍ଧା ଆହୁରି ଦୁଇ ଜଣ ଏବେ ବି ରୋମାନିଆ ସୀମାନ୍ତ ଅଞ୍ଚଳରେ ଫସିଥିବା ନେଇ ଜିଲ୍ଳା ଆପାତକାଳୀନ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡ଼ିଛି । ସେମାନେ ହେଲେ ଛତ୍ରପୁର ବଡ଼ ରେଗିଡ଼ି ସାହିର ପି.କୀରଣ କୁମାର ଏବଂ ବ୍ରହ୍ମପୁର ଗେଟ ବଜାର ତେଲି ସାହିର ସୁବ୍ରତ ପାଣିଗ୍ରାହୀ । ଏମାନଙ୍କ ସହ ଜିଲ୍ଳା ପ୍ରଶାସନର ଶେଷ ଥରକ ପାଇଁ ଚଳିତ ମାସ ୬ ତାରିଖରେ କଥାବାର୍ତ୍ତା ହୋଇଥିଲା । ପରେ ସେମାନଙ୍କ ସହ ଫୋନରେ ସଂପର୍କ ସ୍ଥାପନା ହୋଇପାରୁନାହିଁ । ତେବେ ବି ଲଗାତାର ଏହି ପରିପ୍ରେକ୍ଷୀରେ ପ୍ରଚେଷ୍ଟା ଚାଲିଛି ବୋଲି କୁହାଯାଇଛି । ଅନ୍ୟପକ୍ଷରେ ଫସି ରହିଥିବା ବିଦ୍ୟାର୍ଥୀ ମାନଙ୍କ ପରିବାର ପକ୍ଷରୁ ପ୍ରଶାସନକୁ ନିବେଦନ କରାଯାଇଛି ଯେ ଯଥା ସମ୍ଭବ ସେମାନଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ଜାରି ରଖାଯାଉ । ପ୍ରକାଶ ଯୋଗ୍ୟ ଯେ ଋଷ,ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏଯାବତ୍ କେନ୍ଦ୍ର ସରକାରଙ୍କ ଉଦ୍ୟମରେ ମୋଟ ୩୦ ଜଣ ଫେରିଛନ୍ତି । ମୋଟ ୩୨ ଜଣ ୟୁକ୍ରେନ୍ ଯାଇଥିଲେ । ପ୍ରାୟତଃ ସମସ୍ତେ ମେଡ଼ିକାଲ ପାଠ ପଢ଼ିବା ଲକ୍ଷ୍ୟରେ ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking