24.1 C
Bhubaneswar
Tuesday, October 22, 2024
Homeଓଡିଶାସାପ କାମୁଡ଼ାରେ ଦୁଇ ଭଉଣୀ ମୃତ

ସାପ କାମୁଡ଼ାରେ ଦୁଇ ଭଉଣୀ ମୃତ

ଭୁବନେଶ୍ୱର: ସାପ କାମୁଡ଼ାରେ ଗଲା ଦୁଇ ଭଉଣୀଙ୍କ ଜୀବନ । ଫଡ଼ିରେ ପରିବାର ସହ ଶୋଇଥିବା ବେଳେ ବିଷଧର ସାପ କାମୁଡାର ୨ ସମ୍ପର୍କୀୟ ଭଉଣୀ ପ୍ରାଣ ହରାଇଛନ୍ତି । ଉଭୟଙ୍କୁ କଣ୍ଟାମାଳ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବରଗାଁ ଗୌରୀବେଙ୍ଗସର ଜଣେ ବ୍ୟକ୍ତି ଫଡ଼ିରେ କାମ କରିବା ସହ ସେଠାରେ ରହୁଥିଲେ । ଗତକାଲି ରାତିରେ ପରିବାର ସହ ଫଡ଼ିରେ ଶୋଇଥିଲେ ।

ତେବେ ବିଳମ୍ବିତ ରାତିରେ ହଠାତ୍‌ ଦୁଇଜଣ ଚିତ୍କାର କରିବାରୁ ସାପ କାମୁଡିଥିବା ଜଣାପଡ଼ିଥିଲା । ମୃତକ ହେଲେ ଗୌରୀବେଙ୍ଗସ ଗାଁର ସୌରୀନ୍ଦ୍ରୀ ନାଏକ ଓ ଝରଣା ଭୋଇ । ଉଭୟ ସମ୍ପର୍କୀୟ ଭଉଣୀ । ଉଭୟଙ୍କ ପରିବାର ଲୋକ ଫଡ଼ିରେ କାମ କରୁଥିଲେ । ସାପ କାମୁଡ଼ାରେ ଦୁଇ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking