30.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶମଝି ଆକାଶରେ ଧକ୍କା ହେଲା ଦୁଇ ବିମାନ ; ଚାଲିଗଲା ପାଇଲଟଙ୍କ ଜୀବନ

ମଝି ଆକାଶରେ ଧକ୍କା ହେଲା ଦୁଇ ବିମାନ ; ଚାଲିଗଲା ପାଇଲଟଙ୍କ ଜୀବନ

ନୂଆଦିଲ୍ଲୀ : ମଝି ଆକାଶରେ ଧକ୍କା ହେଲା ଦୁଇ ବିମାନ । ମଝି ଆକାଶରେ କୌଶଳ ଦେଖାଇଲାବେଳେ ଧକ୍କା ହେଲା ଦୁଇ ବିମାନ । ଆଉ ଏହି ଦୁର୍ଘଟଣାରେ ଚାଲିଗଲା ପାଇଲଟଙ୍କ ଜୀବନ । ଏୟାର ଶୋ’ ସମୟରେ ଘଟିଗଲା ଦୁର୍ଘଟଣା । ବାୟୁସେନା ବିମାନର ଦୁଇଟି ବିମାନ ପରସ୍ପର ଧକ୍କା ହେବା ଫଳରେ ଏଭଳି ଦୁର୍ଘଟଣା ଘଟିଥିଲା । ଦକ୍ଷିଣ ପର୍ତ୍ତୁଗାଲରେ ଏୟାର ଶୋ’ ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ,ପର୍ତ୍ତୁଗାଲ ବାୟୁସେନାଙ୍କ ଦ୍ୱାରା ଏୟାର୍ ଶୋ’ କରାଯାଉଥିଲା । ସମସ୍ତ ବିମାନ ଆଗକୁ ବଢୁଥିଲେ । ଏହି ସମୟରେ ଏକ ବିମାନ ତଳ ପଟୁ ଉପରକୁ ଉଠିବା ବେଳେ ଧକ୍କା ହୋଇଥିଲା । ଧକ୍କା ହେତୁ ବିମାନ ଆକାଶରୁ ଖସି ପଡିଥିଲା । ଏଥିରେ ଜଣେ ସ୍ପେନ ନାଗରିକଙ୍କ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking