27.1 C
Bhubaneswar
Sunday, September 29, 2024
Homeଓଡିଶାଦାଦନ ଦୁଃଖ: ୩ ଦିନରେ ୨ଜଣଙ୍କ ମୃତ୍ୟୁ

ଦାଦନ ଦୁଃଖ: ୩ ଦିନରେ ୨ଜଣଙ୍କ ମୃତ୍ୟୁ

ପାଟଣାଗଡ: ବଲାଙ୍ଗିର ଜିଲାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ । ଗତ ୩ ଦିନ ମଧ୍ୟରେ ୨ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମୃତଦେହ ଆସି ଗାଁରେ ପହଞ୍ଚିଛି । ଦାଦନ ସର୍ଦ୍ଦାରଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିବା ବେଳେ କ୍ଷତିପୂରଣ ଦେବା ପାଇଁ ଦାବି ହୋଇଛି । ଗତ ୨ ତାରିଖ ଦିନ ବଲାଙ୍ଗିର ଜିଲା ବେଲପଡ଼ା ବ୍ଲକ ଯୁବା ଗାଁର ନହୁଲା ଧରୁଆଙ୍କର ତେଲେଙ୍ଗାନା ରାଜ୍ୟ ୱାରଙ୍ଗଲରେ କାମ କରିବାକୁ ଯାଇ ମୃତ୍ୟୁ ଘଟିଥିଲା । ମୃତ୍ୟୁପରେ ତାଙ୍କ ମୃତଦେହକୁ ଗାଁକୁ ଅଣାଯାଇଥିଲା । ଶେଷକୃତ୍ୟ କରାଯାଇଥିଲା । ସେହିପରି ବେଲପଡ଼ା ବ୍ଲକର ସୁଲେକେଲା ଗାଁର ଆଉ ଜଣେ ମହିଳା ଦାଦନ ଶ୍ରମିକ ସ୍ଲେହିଲତା ଦଳେଇଙ୍କ ମୃତଦେହ ଗୁରୁବାର ଗାଁରେ ପହଞ୍ଚିଛି ।

ମୃତ ମହିଳାଙ୍କ ପରିବାର ଦାଦନ ସର୍ଦ୍ଦାରଙ୍କଠାରୁ ଆଗ୍ରୀମ ଟଙ୍କା ନେଇ ଦାଦନ ଖଟିବାକୁ ଯାଇଥିଲେ । ସେଠି ସେମାନଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଗାଁ ଲୋକେ ମୃତ ସ୍ଲେହିଲତା ଦଳାଇଙ୍କୁ କ୍ଷତିପୂରଣ ଓ ଦୋଷୀଙ୍କୁ ଦଣ୍ଡ ଦାବିରେ ମୃତଦେହ ରଖି ଆନ୍ଦୋଳନ କରିଥିଲେ । ପାଟଣାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ରେଡକ୍ରସରୁ ୧୫ହଜାର ଟଙ୍କା ଓ ଏମ୍‌ବିପିଏସ୍ ପାଣ୍ଠିରୁ ୧୫ ହଜାର ଟଙ୍କା ସହାୟତା ଦିଆଯାଇଛି । ସେପଟେ ସ୍ଥାନୀୟ ଶ୍ରମ ଅଧିକାରୀ ଏହାର ତଦନ୍ତ କରାଯିବ ଓ ଫଶି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରାଯିବ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଜିଲ୍ଲାରୁ ଚଳିତ ବର୍ଷ ପୂର୍ବ ବର୍ଷ ତୁଳନାରେ ଅଧିକ ଲୋକ କାମ ଅନ୍ୱେଷଣରେ ରାଜ୍ୟ ବାହାରକୁ ଦାଦନ ଖଟି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଶ୍ରମ ବିଭାଗରେ ପଞ୍ଜୀକରଣ କରାଯାଇନାହିଁ । ବେଆଇନ ଭାବେ ଦାଦନ ଶ୍ରମିକ ଚାଲାଣ କରାଯାଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗ ଏଥିପ୍ରତି ନିଘା ଦେଉନାହିଁ । ବେଆଇନ ଦାଦନ ଚାଲାଣ ରୋକିବାକୁ ପଦକ୍ଷେପ ନିଆଯାଉଥିବା କେବଳ ପ୍ରତିଶ୍ରୁତି ଦେଉଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking