32.1 C
Bhubaneswar
Sunday, October 6, 2024
Homeଦେଶ ବିଦେଶସଡ଼କ ଦୁର୍ଘଟଣାରେ ଦୁଇ ପାକ୍ ମହିଳା କ୍ରିକେଟର୍ ଆହତ

ସଡ଼କ ଦୁର୍ଘଟଣାରେ ଦୁଇ ପାକ୍ ମହିଳା କ୍ରିକେଟର୍ ଆହତ

ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନକୁ ବଡ଼ ଝଟ୍‌କା ଲାଗିଛି । ଶୁକ୍ରବାର ସଡ଼କ ଦୁର୍ଘଟଣାରେ ପାକିସ୍ତାନ ମହିଳା ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ୍ ବିସ୍‌ମାହ ମାରୁଫ୍ ଓ ମୁଖ୍ୟ ଲେଗ୍ ସ୍ପିନର୍ ଗୁଲାମ ଫାତିମା ଆହତ ହୋଇଛନ୍ତି । ପାକିସ୍ତାନ କ୍ରିକେଟ୍ ବୋର୍ଡ ପିସିବି ପକ୍ଷରୁ ଏହି ସୂଚନା ମିଳିଛି । ପିସିବି ଅନୁସାରେ ଦୁହିଁଙ୍କୁ ସାମାନ୍ୟ ଆଘାତ ଲାଗିଛି ଏବଂ ପ୍ରାଥମିକ ଚିକିତ୍ସା ପରେ ଉଭୟ ଏବେ ପିସିବି ମେଡିକାଲ୍ ଟିମ୍ ତଦାରଖରେ ରହିଛନ୍ତି । ପାକିସ୍ତାନ ମହିଳା ଟିମ୍ ଏବେ ଆଗାମୀ ଘରୋଇ ସିରିଜ୍ ପାଇଁ ପ୍ରସ୍ତୁତି ଚଳାଇଛି ଏବଂ ଉଭୟ ମାରୁଫ୍ ଓ ଫାତିମା ଟ୍ରେନିଂ କ୍ୟାମ୍ପ୍ ପାଇଁ ସମ୍ଭାବ୍ୟ ଗ୍ରୁପ୍‌ର ସଦସ୍ୟ ଥିଲେ । ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏପ୍ରିଲ୍ ୧୮ ତାରିଖରୁ ସୀମିତ ଓଭର୍ ସିରିଜ୍ ଆରମ୍ଭ ହେବ । ତେବେ ଦୁର୍ଘଟଣାର ସମ୍ମୁଖୀନ ହେବା କାରଣରୁ ଉଭୟଙ୍କ ଆଗାମୀ ସିରିଜ୍ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking