ତେହେରାନ୍: ଇରାନରେ ହିଜାବ୍ ବିରୋଧୀ ଆଉ ଦୁଇଜଣ ଆନ୍ଦୋଳନକାରୀଙ୍କୁ ଫାଶୀ ଦିଆଯାଇଛି । ଇରାନର ମିଜାନ୍ ନ୍ୟୁଜ୍ ଏଜେନ୍ସି ଅନୁସାରେ ମହମ୍ମଦ ମାହଦୀ କରାମୀ ଏବଂ ସୟଦ ମହମ୍ମଦ ହୋସେନୀଙ୍କୁ ଶନିବାର ସକାଳେ ଫାଶୀ ଦିଆଯାଇଛି । ଏହି ଦୁହିଁଙ୍କ ବିରୋଧରେ ପାରାମିଲିଟାରୀ ଫୋର୍ସର ଯବାନଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲଶ । କୋର୍ଟ ସେମାନଙ୍କ ଡିସେମ୍ବରରେ ମୃତ୍ୟୁଦଣ୍ଡ ପ୍ରଦାନ କରିଥିଲେ । ଜାନୁଆରୀ ୩ ତାରିଖରେ ସୁପ୍ରିମ୍କୋର୍ଟ ସେମାନଙ୍କ ଦଣ୍ଡକୁ ବଜାୟ ରଖିଥିଲେ । ନ୍ୟୁଜ୍ ଏଜେନ୍ସି ଏଏଫ୍ପି ଅନୁସାରେ ଇରାନ କୋର୍ଟଗୁଡ଼ିକ ବର୍ତ୍ତମାନ ସୁଦ୍ଧା ହିଜାବ୍କୁ ବିରୋଧ କରୁଥିବା ୧୪ ଆନ୍ଦୋଳନକାରୀଙ୍କୁ ମୃତ୍ୟୁଦଣ୍ଡ ଦେଇସାରିଲେଣି । ଏହା ମଧ୍ୟରୁ ୪ଜଣଙ୍କୁ ଫାଶୀ ଦିଆଯାଇଛି । ସୁପ୍ରିମ୍କୋର୍ଟ ଆଦେଶ ପରେ ଆଉ ଦୁଇଜଣ ଆନ୍ଦୋଳନକାରୀଙ୍କୁ ମୃତ୍ୟୁଦଣ୍ଡ ମିଳିବା ନିଶ୍ଚିତ ହୋଇଛି । ବାକି ୬ ଜଣ ନୂଆ ଟ୍ରାଏଲ୍ ଅପେକ୍ଷାରେ ରହିଛନ୍ତି । ସେହିପରି ଦୁଇଜଣଙ୍କ ନିକଟରେ ମୃତ୍ୟୁଦଣ୍ଡ ବିରୋଧରେ ଅପିଲ୍ କରିବାକୁ ସୁଯୋଗ ରହିଛି ।