ଭୁବନେଶ୍ୱର: ଆଗାମୀ ଦୁଇ ଦିନ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । କହିଛନ୍ତି, ରାଜ୍ୟରେ ଆଗାମୀ ଦୁଇ ଦିନ ବର୍ଷା ହେବ । ଉପକୂଳ, ଆଭ୍ୟନ୍ତରୀଣ ଓ ଉତ୍ତର ଓଡିଶାରେ ବର୍ଷିବ । ବିଜୁଳି, ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ୩୦ରୁ ୪୦ କିମି ବେଗରେ ପବନ ବହିବ ।










