18.1 C
Bhubaneswar
Wednesday, February 4, 2026
Homeଓଡିଶାବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ବୋମା ଫୁଟି ଦୁଇ ନାବାଳିକା ଗୁରୁତର

ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ବୋମା ଫୁଟି ଦୁଇ ନାବାଳିକା ଗୁରୁତର

ଖୋର୍ଦ୍ଧା: ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ବୋମା ଫୁଟି ଦୁଇ ନାବାଳିକା ଗୁରୁତର। ଜଣକର ହାତ ଛିଣ୍ଡି ଯାଇଥିବା ବେଳେ ଆଉ ଜଣକର ମୁହଁ ପୋଡ଼ି ଯାଇଛି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଭୁବନେଶ୍ଵର ଏମସକୁ ସ୍ଥାନାନ୍ତର କରାଯାଇଛି। ଏହି ଅଘଟଣ ହୋଇଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ଜୟନ୍ତୀପୁରରେ। ଅଭିଯୋଗ ଅନୁସାରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଜୟନ୍ତୀପୁର ଗାଁର ବୁଲୁ ବେହେରାଙ୍କର ଦୁଇ ଝିଅ ୮ ବର୍ଷର ରାଜଲକ୍ଷ୍ମୀ ବେହେରା ଓ ୧୪ ବର୍ଷର ରାଜେଶ୍ୱରୀ ବେହେରା, ୩ ବର୍ଷର ଭାଇକୁ ନେଇ ପାଖ ଜଙ୍ଗଲକୁ କୋଳି ତୋଳିବାକୁ ଯାଇଥିଲେ। ସେମାନେ ସେଠାରୁ ଏକ ବୋମା ପାଇଥିଲେ। ବାରହା ଶିକାର ପାଇଁ ଏହି ବୋମା ଖଞ୍ଜାଯାଇଥିବା ସନ୍ଦେହ କରାଯାଉଛି। କିନ୍ତୁ ପିଲାମାନେ ଏହା ବୋମା ବୋଲି ବୋଧହୁଏ ଜାଣିପାରିନଥିଲେ। ଘରକୁ ଆସି ଚୁଲି ପାଖରେ ରଖିଥିଲେ ବୋମା। ବୋମାଟି ବିସ୍ଫୋରଣ ହେବାରୁ ବଡ଼ ଭଉଣୀ ରାଜେଶ୍ଵରୀର ଡାହାଣ ହାତ ପାପୁଲିଠାରୁ ଛିଣ୍ଡି ଯାଇଛି। ସାନ ଭଉଣୀ ରାଜଲକ୍ଷ୍ମୀର ମୁହଁ ପୋଡ଼ି ଯାଇଛି। ଉଭୟଙ୍କୁ ଭୁବନେଶ୍ଵର ଏମ୍ସ ସ୍ଥାନାନ୍ତର କରାଯାଇଛି। ବାରହା ଶିକାର ପାଇଁ ଜଙ୍ଗଲରେ ଯିଏ ବୋମା ରଖିଥିଲା, ତାକୁ ଗିରଫ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking