17.1 C
Bhubaneswar
Wednesday, February 11, 2026
Homeଓଡିଶାସେଲ୍ଫି ନେଉ ନେଉ ନଦୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ

ସେଲ୍ଫି ନେଉ ନେଉ ନଦୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ

ଉତ୍ତରପ୍ରଦେଶ : ସେଲ୍ଫି ସାଜିଲା କାଳ। ଉତ୍ତରପ୍ରଦେଶର ରାୟବରେଲିରେ ଦୁଇ ଜଣ ନାବାଳକଙ୍କ ପାଇଁ ସେଲ୍ଫି ନେବା ହେଲା କାଳ। ଡଙ୍ଗା ଉପରେ ଠିଆ ହୋଇ ସେଲ୍ଫି ଉଠାଇବା ବେଳେ ଗଙ୍ଗା ନଦୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ତିନି ଜଣ ସାଙ୍ଗ ତୌହିଦ୍ , ଫହାଦ୍ , ଏବଂ ଶାନ୍ ପାୟାଗପୁର ଗଙ୍ଗା ଘାଟକୁ ଯାଇ ସେଲ୍ଫି ନେବା ପାଇଁ ଡଙ୍ଗାରେ ଚଢ଼ି ଥିଲେ। ତେବେ ଏମାନେ ସେଲ୍ଫି ନେବା ବେଳେ ଡଙ୍ଗାର ଶୀର୍ଷକୁ ଚାଲିଯାଇଥିଲେ। ଫଳରେ ଭାରସାମ୍ୟ ହରାଇ ଗଙ୍ଗା ନଦୀରେ ବୁଡ଼ି ଯାଇଥିଲେ। ତୌହିଦ ଓ ଶାନ୍‌ ନଦୀରେ ବୁଡ଼ି ଯାଇଥିବା ବେଳେ ଫହାଦ ପହଁରି କୂଳକୁ ଚାଲି ଆସିଥିବା ସର୍କଲ ଅଧିକାରୀ ଅରୁଣ କୁମାର ସୂଚନା ଦେଇଛନ୍ତି। ସେପଟେ ନିଖୋଜ ନାବାଳକମାନଙ୍କୁ ଖୋଜିବା ପାଇଁ ସ୍କୁବା ଡାଇଭର୍‌ ନିୟୋଜିତ କରାଯାଇଥିଲା। ରବିବାର ଦିନ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତୌହିଦ୍ ଏବଂ ଶାନଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ମାମଲାର ତଦନ୍ତ ଜାରି ରହିଥିବା ସର୍କଲ ଅଧିକାରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking