18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶନକଲି କୋଭିଡ ଟିକା ପ୍ରମାଣ ପତ୍ର ଦେଖାଇ ଜେଲ ଗଲେ ୨ ଭାରତୀୟ ବଂଶୋଦ୍ଭବ

ନକଲି କୋଭିଡ ଟିକା ପ୍ରମାଣ ପତ୍ର ଦେଖାଇ ଜେଲ ଗଲେ ୨ ଭାରତୀୟ ବଂଶୋଦ୍ଭବ

ସିଙ୍ଗାପୁର: ବାରରେ ପ୍ରବେଶ ପାଇଁ ନକଲି କୋଭିଡ ଟିକା ପ୍ରମାଣ ପତ୍ର ଦେଖାଇବା ପଡିଲା ମହଙ୍ଗା । ଗିରଫ ହୋଇ ପାଞ୍ଚ ଦିନିଆ ଜେଲ ଗଲେ ଅଭିଯୁକ୍ତ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ସିଙ୍ଗାପୁରରେ । ବାର ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ଉଥେକୁମାର ନାଲାଥାମ୍ବି(୬୫) କିରଣ ସିଂ ରଗବୀର ସିଂ(୩୭)ର ପରିଚୟ ଦେଇଥିଲେ । ସିଂ କୋର୍ଟଙ୍କୁ କହିଛନ୍ତି ଯେ, ତାଙ୍କ ପ୍ରେମିକା ନାଲଥାମ୍ବିଙ୍କୁ ଗତ ବର୍ଷ ସେପ୍େଟମ୍ବର ୯ରେ ଭେଟିଥିଲେ । ପରେ ସେ ସେଣ୍ଟୋସା ନାମକ ଏକ ଦ୍ୱୀପପୁଞ୍ଜର ବିକିନି ବାରକୁ ଯିବାକୁ ସ୍ଥିର କରିଥିଲେ ।

କାରଣ ସେମାନଙ୍କର ଏହା ପ୍ରଥମ ପସନ୍ଦ ଥଲା । କିନ୍ତୁ ବିକିନି ବାରର ସହକାରୀ ପରିଚାଳକ ନାଲଥାମ୍ବିଙ୍କୁ ଟୀକାକରଣ ନକରିଥିବାରୁ ପ୍ରବେଶ ନିମନ୍ତେ ଅନୁମତି ଦେଇନଥିଲେ । ଡେପୁଟି ପବ୍ଲିକ ପ୍ରସିକ୍ୟୁଟର ଶେନ୍ ୱାନକିନ୍ ବିକିନି ବାର୍ ଛାଡିବା ପରେ ନାଲଥାମ୍ବିଙ୍କୁ ନକଲି ନାମ ଓ ଟୀକାକରଣ ପ୍ରମାଣ ପତ୍ର ଦେଖାଇ ଭିତରକୁ ଯିବାକୁ ପରାମର୍ଶ ଦେଇଥିଲେ । ସିଂହଙ୍କ ପରାମର୍ଶରେ ନାଲଥାମ୍ବି ରାଜି ହୋଇଥିଲେ ।

ଏହା ପରେ ସେ ମହିଳାଙ୍କ ସହ କୋଷ୍ଟେସ୍ ବାରକୁ ଯୋଇଥିଲେ, ଯେଉଁଠାରେ କି ସିଂ ବାହାରେ ଅପେକ୍ଷା କରିଥିଲେ । ବିକିନି ବାରର ଆସିଷ୍ଟାଣ୍ଟ ମ୍ୟାନେଜର ଅବସରପ୍ରାପ୍ତ ବ୍ୟକ୍ତି ନାଲଥାମ୍ବିଙ୍କୁ ପାନୀୟ ପିଇବାର ଦେଖିଥିଲେ । ଏହାପରେ ସେ ଭାବିଥିଲେ ଯେ ଟୀକାକରଣ ହୋଇନଥିବାରୁ ସେ ତାଙ୍କୁ ଭିତରକୁ ପ୍ରବେଶ କରିବାକୁ ଦେଇନଥିଲେ । ଏହା ଦେଖି ବାର ମ୍ୟାନେଜର ପ୍ରତିପକ୍ଷଙ୍କୁ ଏବିଷୟରେ ଜଣାଇବା ସହ ନାଲଥାମ୍ବିଙ୍କୁ ଚେକ କରିଥିଲେ । ପରେ ଜାଣିବାକୁ ପାଇଥିଲେ ଯେ ସେ ନକଲି ଟୀକା ପ୍ରମାଣପତ୍ର ଦେଖାଇ ଭିତରକୁ ପ୍ରବେଶ କରିଛନ୍ତି । ଏ ନେଇ ତାଙ୍କୁ ୫ ଦିନ ପାଇଁ ଜେଲ ପଠାଇଛନ୍ତି କୋର୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking