34.1 C
Bhubaneswar
Friday, September 20, 2024
Homeଓଡିଶାନଦୀରେ ଭାସିଲେ ଦୁଇ ନାବାଳିକା , ଜଣେ ଉଦ୍ଧାର ଜଣେ ନିଖୋଜ

ନଦୀରେ ଭାସିଲେ ଦୁଇ ନାବାଳିକା , ଜଣେ ଉଦ୍ଧାର ଜଣେ ନିଖୋଜ

କୋଟଗଡ଼:  କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍ର ଜୁଡ଼ାବାଲି ଠାରେ ଘଟିଛି ଅଘଟଣ । ନଦୀରେ ଭାସି ଯାଇ ଜଣେ ନିଖୋଜ ହୋଇଥିବା ଘଟଣା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣା ଅନୁସାରେ ଆଜି ୧୨ଟା ସମୟରେ ଜୁଡ଼ାବାଲି ର ୬ ନାବାଳିକା ଗାଧୋଇବା ପଖା ନଇକୁ ଗାଧୋଇବା କୁ ଯାଇଥିବା ବେଳେ ନଈ ର ପ୍ରଖର ସ୍ରୋତ ରେ ଦୁଇ ଜଣ ଭାସିଯାଇଥିଲେ | ଭାସି ଯାଉଥିବା ଜାଣି ନଦୀ ପାଖରେ ଥିବାକିଛି ସ୍ଥାନୀୟ ଲୋକେ ଜାଣିବାକୁ ପାଇ ସଙ୍ଗେ ସଙ୍ଗେ ଘଟଣା ଜାଗାକୁ ପହଂଚି ଦୁଇଜଣ ଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ।ହେଲେ ଜଣେକୁ ଉଦ୍ଧାର କରିବାକୁ ସଫଳ ହୋଇଥିଲେ ଅନ୍ୟ ଜଣେ କୁ ଉଦ୍ଧାର କରି ପାରିନଥିଲେ ।ତତ୍ୱକ୍ଷଣତା ସ୍ଥାନୀୟ ଲୋକ କୋଟଗଡ ପୁଲିସ ଓ ଅଗ୍ନିଶମ ବିଭାଗ ଖବର ଦେଇଥିଲେ ।

ଅଗ୍ନିଶମ ବିଭାଗ ପହଂଚି ଗାଁ ଲୋକଙ୍କ ସହାୟତାରେ କୋଜାଖୋଜି ପରେବି ଭାସିଯାଇଥିବା ଚାନ୍ଦିନୀ ମଲିକ, ବୟସ ୧୪ ନିଖୋଜ ଥିବା ଦେଖିବାକୁ ମିଳିଛି |ଅଗ୍ନିଶମ ବାହିନୀ ଓ ଗ୍ରାମବାସୀମାନେ ନଈରେ ଖୋଜା ଖୋଜି ଜାରିରଖିଥିବା ଜଣାପଡିଛି | ଉଦ୍ଧାର ହୋଇଥିବା ନାବାଳିକା ଜଣକ ଅଳନ୍ତି ଗାଉଟିଆ । ଘଟଣା ସ୍ଥଳରେ କୋଟଗଡ ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳ , ତହସିଲଦାର ଦିବାକର ମଝି ଓ ବିଡିଓ ଅର୍ଜୁନ ପ୍ରଧାନ ପହଂଚି ସ୍ଥିତି ଅନୁଧ୍ୟାନ କରୁଥିବା ଜଣାପଡିଛି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking