25.1 C
Bhubaneswar
Tuesday, December 9, 2025
Homeଓଡିଶାପୋଲ ଉପରୁ ବାଇକ୍ ଖସି ଦୁଇ ମୃତ

ପୋଲ ଉପରୁ ବାଇକ୍ ଖସି ଦୁଇ ମୃତ

ଓଡଗାଁ: ନୟାଗଡ ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା । ପୋଲ ଉପରୁ ବାଇକ୍ ଖସି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କୁ ଧଝୋଲା ଗାଁର ଫକୀର ନାୟକ ଏବଂ ରାଜେନ୍ଦ୍ର ପ୍ରସାଦ ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ, ସୋମବାର ବିଳମ୍ବିତ ରାତିରେ ନୟାଗଡ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ ତୋରାଗାଡିଆ ନିକଟରେ ଏକ ବାଇକ୍ ନିୟନ୍ତ୍ରଣ ହରାଇ ଏକ ପୋଲ ଉପରୁ ଖସିପଡିଥିଲା । ଏହି ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ଲୋକମାନେ ସେତୁ ତଳେ ଦୁହିଁଙ୍କୁ ଏବଂ ବାଇକ୍‌କୁ ଦେଖି ପୋଲିସ ଏବଂ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଉଦ୍ଧାର ପରେ ଗାଡିକୁ ଜବତ କରି ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking