28.1 C
Bhubaneswar
Saturday, September 28, 2024
Homeଓଡିଶା୫ଟି ସଚିବଙ୍କ ଦୁଇଦିନିଆ ମୟୂରଭଞ୍ଜ ଗସ୍ତ

୫ଟି ସଚିବଙ୍କ ଦୁଇଦିନିଆ ମୟୂରଭଞ୍ଜ ଗସ୍ତ

ମୟୂରଭଞ୍ଜ: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦୁଇ ଦିନିଆ ଗସ୍ତରେ ମୟୂରଭଂଜ ଜିଲ୍ଲାରେ ପହଞ୍ଚିଛନ୍ତି ୫ ଟି ସଚିବ ଭିକେ ପାଣ୍ଡିୟାନ। ଗସ୍ତର ପ୍ରଥମ ଦିନରେ ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ପଡିଆବେଡା ଗ୍ରାମ ପଞ୍ଚାୟତର କଳାଶିରା ଗ୍ରାମରେ ୧୧ଟା୨୫ରେ ପହଞ୍ଚି ପର‌୍ୟ୍ୟଟନ ସ୍ଥଳୀ ଭୀମକୁଣ୍ଡ ପରିଦର୍ଶନ କରିଥିଲେ ଏବଂ ତାର ସୈନ୍ଦର‌୍ୟ୍ୟକରଣ ସହିତ ଆବଶ୍ୟକ ଉନ୍ନତିମୂଳକ କାର‌୍ୟ୍ୟ ସମ୍ବନ୍ଧରେ ଆଲୋଚନା କରି ୧୨ଟା୫ରେ ମୟୂରଭଞ୍ଜର ଅଧିଷ୍ଠାତ୍ରୀଦେବୀ ଖିଚିଙ୍ଗ ମନ୍ଦିର ଅଭିମୁଖେ ଯାଇଥିଲେ ।

ଐତିହାସିକ ପୀଠ ଖିଚିଂ ଗସ୍ତରେ ଆସି ମା’ କିଚକେଶ୍ୱରି ଏବଂ ମହାଦେବ ଚନ୍ଦ୍ରଶେଖରଙ୍କ ଦର୍ଶନ କରିବା ସହିତ ମନ୍ଦୀର ବେଢାରେ ଥିବା ସର୍ବପୁରାତନ ସଂଗ୍ରହାଳୟ ମଧ୍ୟ ବୁଲି ଦେଖିଛନ୍ତି। ଖିଚିଂ ମନ୍ଦୀରରେ କାର‌୍ୟ୍ୟରତ ସେବାୟତମାନଙ୍କ ସହିତ ମନ୍ଦିରର ଉନ୍ନୟନ କାର‌୍ୟ୍ୟ ସମ୍ପର୍କରେ ଆଲଚନା କରିଥିଲେ। ମନ୍ଦିର ଏବଂ ପାରିପାର୍ଶିକ ଉନ୍ନତି ଦିଗରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବ୍ୟୟ ବରାଦ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ୫ ଟି ସଚିବଙ୍କ ଗସ୍ତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖିଚିଂ ଉନ୍ନୟନ ନେଇକୁ ନେଇ ବେସ ଖୁସୀ ଦେଖିବାକୁ ମିଳିଛି।

ସେହିପରି ଆଜି ପ୍ରଥମେ ବାରିପଦାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରି ସେବାୟତ ମାନଙ୍କ ସହିତ ଆଲୋଚନା କରି ପରେ ଉନ୍ନୟନମୂଳକ କାର‌୍ୟ୍ୟର ସମୀକ୍ଷା କରିଥିଲେ। ସେଠାରୁ ବାରିପଦା ଆଥଲେଟିକ ଏସୋସିଏସନ ସହ ଷ୍ଟାଡିୟମରେ ପହଞ୍ଚି ଏହାର ଉନ୍ନତିକରଣ ନେଇ ଆଲୋଚନା କରିଥିଲେ। ପରେ ଗସ୍ତ ସୂଚୀରେ ଥିବା ଅନ୍ୟାନ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନର ପରିଦର୍ଶନ ସହିତ ତାର ଉନ୍ନତିକରଣ ସମ୍ପର୍କରେ ସମୀକ୍ଷା କରିବାର କାର‌୍ୟ୍ୟକ୍ରମ ରହିଥିବା ଜଣାପଡିଛି। ତେବେ ୫ଞ ସଚିବ ଭିକେ ପାଣ୍ଡିୟାନଙ୍କ ଗସ୍ତ ସମୟରେ ତାଙ୍କ ସହିତ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ଜିଲ୍ଲା ଅଧିକାରୀ ସାମିଲ ରହିଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking