32.1 C
Bhubaneswar
Monday, October 21, 2024
Homeଓଡିଶାଦୁଇ କାର ମୁଁହାମୁହିଁ ଜଣେ ମୃତ ୧୨ ଆହତ

ଦୁଇ କାର ମୁଁହାମୁହିଁ ଜଣେ ମୃତ ୧୨ ଆହତ

ପୁରୀ: ମେରାଇନ ଡ୍ରାଇଭ ରାସ୍ତା ବାଲିଘାଇ ଛକ ନିକଟରେ ୨ କାର ମୁଁହାମୁହିଁ ଧକ୍କା, ଜଣେ ମୃତ, ୧୨ ଆହତ, ସମସ୍ତେ ମେଡିକାଲରେ ଭର୍ତ୍ତି । ମିଳିଥିବା ସୂଚନା ମୁତାବକ, ମୃତକଙ୍କ ସହ ୬ଜଣ ଗଞ୍ଜାମ ଗୋପାଳପୁରର ହୋଇଥିବା ବେଳେ ଅନ୍ୟ ୬ଜଣ ବିହାରର । ବିହାରର ୬ଜଣ ପର୍ଯ୍ୟଟକ କୋଣାର୍କ ବୁଲିବା ପାଇଁ କାର ଯୋଗେ ଯାଉଥିବା ବେଳେ ଅନ୍ୟପଟୁ ଗୋପାଳପୂରର ୭ଜଣ କୋଣାର୍କ ବୁଲି ପୁରୀ ଫେରୁଥିଲେ ।  ଉଭୟ କାର ବାଲିଘାଇ ଛକ ନିକଟରେ ମୁଁହାମୁହିଁ ଧକ୍କା ହୋଇଥିଲା । ତେବେ ବିହାର ପର୍ଯ୍ୟଟକଙ୍କ କାର ଓଲଟି ପଡିଥିଲା । ତଥା ଏଥିରେ ଥିବା ସମସ୍ତେ ଆହତ ହୋଇଥିଲେ । ତେବେ ଗୋପାଳପୁରରୁ ଆସିଥିବା ୭ଜଣ ପର୍ଯ୍ୟଟକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତ ପର୍ଯ୍ୟଟକ ଜଣଙ୍କ ହେଉଛନ୍ତି ୭୬ ବର୍ଷୀୟା ଦୁର୍ଗାଦେବୀ । ତେବେ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲରେ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking