ସିମ୍ଲା : ଶନିବାର ସକାଳେ ହିମାଚଳ ପ୍ରଦେଶର ଧର୍ମଶାଳା ଏବଂ ବର୍ଡର୍ରେ ଦୁଇ ଦୁଇଥର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ପ୍ରଥମେ ସକାଳ ୫ଟା ୧୦ ମିନିଟ୍ରେ ଦୁଇରୁ ତିନିଥର ଝଟ୍କା ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ୨.୮୦ ଥିଲା । ଦ୍ୱିତୀୟ ଥର ୫ଟା ୧୭ ମିନିଟ୍ରେ ତିନିରୁ ଚାରିଥର ଝଟ୍କା ଅନୁଭୂତ ହୋଇଥିଲା । ଏଥର ଏହାର ତୀବ୍ରତା ୩.୨ ମପାଯାଇଛି । ପ୍ରଥମ ଭୂକମ୍ପର କେନ୍ଦ୍ର ଧର୍ମଶାଳାର ୨୨ କିମି ପୂର୍ବ ଧୌଲାଧାର ପାହାଡ଼ ତଳ ଅନ୍ଦରନା ଗ୍ରୋନ୍ ଥିôବାବେଳେ ଦ୍ୱିତୀୟଟିର କେନ୍ଦ୍ର ଚମ୍ବା ବର୍ଡରକୁ ଲାଗିଥିବା ଅଞ୍ଚଳ ଥିବା ଜଣାପଡ଼ିଛି ।
ଭୂକମ୍ପର ଝଟ୍କା ଚମ୍ବା ଏବଂ କାଙ୍ଗଡ଼ା ଜିଲ୍ଲାର ଆଖପାଖ କେତେକ ଗାଁରେ ଅନୁଭୂତ ହୋଇଥିଲା । ଝଟ୍କା ପରେ କେତେକ ଲୋକ ଘରୁ ବାହାରକୁ ପଳାଇ ଆସିଥିଲେ ବୋଲି କୁହାଯାଉଛି । ସୌଭାଗ୍ୟକ୍ରମେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ତେବେ ରାଜ୍ୟରେ ବାରମ୍ବାର ଭୂକମ୍ପ ଆସୁଥିବାରୁ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି । ସୂଚନାଯୋଗ୍ୟ, ହିମାଚଳର କାଙ୍ଗଡ଼ା, ସିମ୍ଲା, କିନ୍ନୌର୍, ଲାହୋଲ୍ ସ୍ଫୀତିର କେତେକ ଅଞ୍ଚଳ ଭୂକମ୍ପ ଦୃଷ୍ଟିରୁ ଅତି ସମ୍ବେଦନଶୀଳ ସିସ୍ମିକ୍ ଜୋନ୍ ୫ରେ ଆସୁଛି । ତେଣୁ ଏଠାରେ ଭୂକମ୍ପରେ ସର୍ବଦା ଜନଜୀବନ କ୍ଷୟକ୍ଷତିର ଭୟ ରହୁଛି ।