28.1 C
Bhubaneswar
Friday, November 22, 2024
Homeଦେଶ ବିଦେଶତୁଟୁନି ମଣିପୁର ଜାତିଗତ ହିଂସା ବିବାଦ; ଶାନ୍ତି ଆଲୋଚନାକୁ ବର୍ଜନ କଲା ମୈତେଇ ଗ୍ରୁପ୍‌

ତୁଟୁନି ମଣିପୁର ଜାତିଗତ ହିଂସା ବିବାଦ; ଶାନ୍ତି ଆଲୋଚନାକୁ ବର୍ଜନ କଲା ମୈତେଇ ଗ୍ରୁପ୍‌

ଇମ୍ଫାଲ: ମେ’ ୩ରୁ ମଣିପୁରରେ ଉପୁଜିଥିବା ଜାତିଗତ ହିଂସା ବିବାଦର ପରିସମାପ୍ତି ଘଟୁନାହିଁ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏକାଧିକ ପଦକ୍ଷେପ ସତ୍ତ୍ୱେ ମଣିପୁରରେ ଏହି ଅବସ୍ଥା ସୁଧୁରିବାର ନାଁ ଧରୁନାହିଁ । ରାଜ୍ୟରେ ଶାନ୍ତି ଅବସ୍ଥା ଫେରାଇଆଣିବାକୁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ ମୁତାବକ ଏକ ଶାନ୍ତି କମିଟି ଗଠନ କରାଯାଇଛି ।

ତେବେ ବିବାଦରେ ସଂପୃକ୍ତ ଥିବା ମୈତେଇ ଗ୍ରୁପ୍ ଏହି ଆଲୋଚନାକୁ ବର୍ଜନ କରିଥିବା ଜଣାପଡିଛି । ଶାନ୍ତି କମିଟିରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବୀରେନ୍ ସିଂହଙ୍କୁ ସାମିଲ କରାଯାଇଥିବାରୁ କୁକି ସଂପ୍ରଦାୟ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଛି । ଏହାର ପ୍ରତିବାଦରେ ମୈତେଇ ଗ୍ରୁପ୍ ଶାନ୍ତି ଆଲୋଚନାରୁ ଦୂରେଇ ଯାଇଥିବା ଜଣାପଡିଛି । ଅପରପକ୍ଷରେ କମିଟିରେ ଜିତେନ୍ଦ୍ର ନିଙ୍ଗୋମ୍ବାଙ୍କୁ ଆବାହକ ନିଯୁକ୍ତ କରାଯାଇଥିବାରୁ ମୈତେଇ ଗ୍ରୁପ୍ ମଧ୍ୟ ଏହାର ଦୃଢ ବିରୋଧ କରିଛି ।

ସୂଚନାଯୋଗ୍ୟ ରାଜ୍ୟପାଳ ଅନୁସୂୟା ଉଇକିଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ଗଠିତ ହୋଇଥିବାବେଳେ ଏଥିରେ ବିଭିନ୍ନ ବର୍ଗର ୫୧ ଜଣଙ୍କୁ ସଦସ୍ୟଭାବେ ଗ୍ରହଣ କରାଯାଇଛି । ପୁନଶ୍ଚ କମିଟିରେ ମୈତେଇ ସଂପ୍ରଦାୟର ୨୫, କୁକି ସଂପ୍ରଦାୟର ୧୧ ଏବଂ ନାଗା ସଂପ୍ରଦାୟର ୧୦ ସଦସ୍ୟ ରହିଛନ୍ତି । ମୈତେଇ ଗ୍ରୁପ୍ ପକ୍ଷରୁ ଶାନ୍ତି ଆଲୋଚନା ପାଇଁ କେତେକ ସର୍ତ୍ତ ମଧ୍ୟ ରଖାଯାଇଛି ।

ଉଗ୍ରପନ୍ଥୀଙ୍କ ବିରୋଧରେ ଚାଲିଥିବା କାର୍ଯ୍ୟାନୁଷ୍ଠାନକୁ ପ୍ରତ୍ୟାହାର କରାଯିବା ସହ ନାର୍କୋ-ଟେରରିଜିମ୍ ଓ ବେଆଇନ ଅନୁପ୍ରବେଶ ଘଟଣାର ସମାଧାନ କରାଯିବାପରେ ଶାନ୍ତି ଆଲୋଚନା ସମ୍ଭବ ବୋଲି ମୈତେଇ ଗ୍ରୁପ୍ ପକ୍ଷରୁ କୁହାଯାଇଛି । ମଣିପୁର ଜନସଂଖ୍ୟାର ପ୍ରାୟ ୬୦ ପ୍ରତିଶତ ମୈତେଇ ସଂପ୍ରଦାୟର ହୋଇଥିବାବେଳେ ସେମାନଙ୍କୁ ଏପର୍ଯ୍ୟନ୍ତ ଆଦିବାସୀ ମାନ୍ୟତା ପ୍ରଦାନ କରାଯାଇନାହିଁ ।

ତେଣୁ ସେମାନେ ଏହି ଦାବି ହାସଲ କରିବାକୁ ଉଦ୍ୟମ କରୁଥିବାବେଳେ କୁକି ସଂପ୍ରଦାୟ ଏହାର ତୀବ୍ର ବିରୋଧ କରିଥିଲା । ଫଳରେ ଦୁଇ ସଂପ୍ରଦାୟ ମଧ୍ୟ ଜାତିଗତ ହିଂସାର ସୂତ୍ରପାତ ଘଟିଥିଲା । ଏପର୍ଯ୍ୟନ୍ତ ହିଂସାରେ ୧୦୧ ଜଣ ପ୍ରାଣ ହରାଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି । ପ୍ରାୟ କୋଡିଏ ହଜାର ପ୍ରଭାବିତଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।

ରାଜ୍ୟର ୧୧ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଥିବାବେଳେ ସମ୍ବେଦନଶୀଳ ଅଞ୍ଚଳରେ ସେନା ଓ ଅର୍ଦ୍ଧସାମରିକ ବାହିନୀ ଯବାନଙ୍କୁ ମୁତୟନ କରାଯାଇଛି । ରାଜ୍ୟରେ ଇଣ୍ଟଣନେଟ ସେବାକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking