34.1 C
Bhubaneswar
Friday, September 20, 2024
Homeଓଡିଶାଟୁଟୁ ନାୟକ ଜେଲ୍‌ରେ: ଶୁଣାଣି ଘୁଂଚିଲା

ଟୁଟୁ ନାୟକ ଜେଲ୍‌ରେ: ଶୁଣାଣି ଘୁଂଚିଲା

ଭୁବନେଶ୍ୱର: ପ୍ରଯୋଜକ ଟୁଟୁ ନାୟକ ଜାମିନ ଆବେଦନ ମାମଲା । ଜାମିନ ଆବେଦନ ଶୁଣାଣି ୮ ତାରିଖକୁ ଘୁଂଚିଲା । ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ସିନେ ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି ଆଜି ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହୋଇଛି । ଗିରଫ ପରେ ଟୁଟୁ ନାୟକଙ୍କୁ ଭୁବନେଶ୍ବର ଝାରପଡ଼ା ଜେଲର ୧୨ ନମ୍ବର ୱାର୍ଡରେ ଅନ୍ୟ କଏଦୀଙ୍କ ସହ ରଖାଯାଇଥିଲା ।

ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଅସଦାଚରଣ ଓ ମାଡ଼ ମାରିବା ନେଇ ଭୁବନେଶ୍ୱର ଖାରବେଳ ନଗର ଥାନାରେ ମାମଲା ରୁଜୁ ହୋଇଛି । ସର୍ବସାଧାରଣରେ ଜଣେ ମହିଳା ସାମ୍ବାଦିକାଙ୍କୁ ମାଡ଼ ନେଇ ଟୁଟୁ ନାୟକଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା।

ମହିଳାଙ୍କୁ ଅସଦାଚରଣ ନେଇ ଆଇପିସିର ଧାରା ୩୫୪, ଅସଭ୍ୟ ଭାଷାରେ ଗାଳିଗୁଲଜ ନେଇ ଧାରା୨୯୪, କିଛି ସମୟ ପାଇଁ ଅଟକାଇବା ନେଇ ଧାରା ୩୪୧ ଓ ଆଘାତ ଦେବା ନେଇ ଧାରା ୩୨୩ରେ ଗିରଫ ହୋଇଛନ୍ତି ଟୁଟୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking