ବ୍ୟୁରୋ : ଫିନଲ୍ୟାଣ୍ଡ ଏବଂ ସ୍ୱିଡେନର ନାଟୋ ସଦସ୍ୟତାକୁ ବିରୋଧ କରାଯିବା ନିଶ୍ଚିତ ବୋଲି ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଡୋଗାନ ନିଶ୍ଚିତ କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଏରଡୋଗାନ୍ କହିଛନ୍ତି ଯେ ସୁରକ୍ଷା ସଂଗଠନ ନାଟୋରେ ଯୋଗଦେବା ପାଇଁ ତୁର୍କୀ ଉପରେ କଟକଣା ଲାଗୁ କରୁଥିବା ଦେଶମାନଙ୍କୁ ବିରୋଧ କରାଯିବ । ତୁର୍କୀ ଏହି ଦୁଇ ରାଷ୍ଟ୍ରକୁ ଆଙ୍କାରା, ୟୁରୋପୀୟ ୟୁନିଅନ୍ ଏବଂ ଆମେରିକା ଦ୍ୱାରା କଳା ତାଲିକାଭୁକ୍ତ କୁର୍ଦ୍ଦିସ୍ତାନ ୱାର୍କର୍ସ ପାର୍ଟି ସମେତ ଅନ୍ୟାନ୍ୟ ଆତଙ୍କବାଦୀ ଗୋଷ୍ଠୀକୁ ସମର୍ଥନ କରୁଥିବା ଅଭିଯୋଗ କରିଛି ।
ଆତଙ୍କବାଦୀ ସଂଗଠନ ବିରୋଧରେ ଉଭୟ ଫିନଲ୍ୟାଣ୍ଡ ଏବଂ ସ୍ୱିଡେନର ସ୍ପଷ୍ଟ ଆଭିମୁଖ୍ୟ ନାହିଁ ବୋଲି ଏରଡୋଗାନ୍ କହିଛନ୍ତି । ଆମେ ସେମାନଙ୍କୁ କିପରି ବିଶ୍ୱାସ କରିପାରିବା ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ ସ୍ୱିଡେନର ବୈଦେଶିକ କାର୍ଯ୍ୟାଳୟ କହିଛି ଯେ ଆଙ୍କାରାର ଆପତ୍ତିଗୁଡିକର ସମାଧାନ ପାଇଁ ସ୍ୱିଡେନ ଏବଂ ଫିନଲ୍ୟାଣ୍ଡର ବରିଷ୍ଠ ପ୍ରତିନିଧୀମାନେ ତୁର୍କୀ ଯାତ୍ରା କରିବାକୁ ଯୋଜନା କରୁଛନ୍ତି । ତେବେ ଏହି ଗସ୍ତ ଓ ଆଲୋଚନା ପୂର୍ବରୁ ଏରଡୋଗାନ୍ କହିଛନ୍ତି, ‘ସେମାନେ ଆମକୁ ମନାଇବା ପାଇଁ ଆସିବେ କି?