28.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶମଝି ଆକାଶରେ ଟର୍ବୁଲାନ୍ସ; ଯାତ୍ରୀ ମୃତ, ୩୦ ଆହତ

ମଝି ଆକାଶରେ ଟର୍ବୁଲାନ୍ସ; ଯାତ୍ରୀ ମୃତ, ୩୦ ଆହତ

ବ୍ରିଟେନ୍‌:  ସୋମବାର ଲଣ୍ଡନ୍‌ରୁ ସିଙ୍ଗାପୁର ଅଭିମୁଖେ ଉଡ଼ାଣ ଭରିଥିବା ଏସ୍‌କ୍ୟୁ ୩୨୧ ନାମକ ଏକ ବିମାନ ଟର୍ବୁଲାନ୍ସ (ଭୟଙ୍କର ଝଟ୍‌କା)ର ଶିକାର ହେବା ଏବଂ ଏହି କାରଣରୁ ଭୟଭୀତ ହୋଇପଡିଥିବା ଜଣେ ଯାତ୍ରୀଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଯିବା ଭଳି ଅତ୍ୟନ୍ତ ଦୁଃଖଦ ଘଟଣା ସମ୍ପର୍କରେ ସୂଚନା ମିଳିଛି । ଏହି ଟର୍ବୁଲାନ୍ସ ଯୋଗୁ ବିମାନରେ ଥିବା ୨୧୧ ଯାତ୍ରୀ ଏବଂ ୧୮ ଜଣ କ୍ର‌୍ୟୁ ମେମ୍ବରଙ୍କୁ ମିଶାଇ ମୋଟ୍ ୨୨୯ଜଣ ଥିବା ବେଳେ ଏମାନଙ୍କ ମଧ୍ୟରୁ ୩୦ଜଣ ଆହତ ହୋଇଛନ୍ତି । ଏତଦ୍‌ବ୍ୟତୀତ ବିମାନକୁ ବ୍ୟାଙ୍କକ୍ ଠାରେ ଜରୁରି ଅବତରଣ କରାଯାଇଥିବା  ସିଙ୍ଗାପୁର ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଦେବାକୁ ବ୍ୟବସ୍ତା କରାଯାଇଥିବା ଏୟାରଲାଇନ୍ସ ଦର୍ଶାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking