28.1 C
Bhubaneswar
Thursday, July 4, 2024
Homeମନୋରଞ୍ଜନଆତ୍ମହତ୍ୟା ପୂର୍ବରୁ ଏକାଠି ଖାଇଥିଲେ ତୁନିଶା-ଶିଜାନ, ଯାଞ୍ଚ କରୁଛି ପୋଲିସ୍‌

ଆତ୍ମହତ୍ୟା ପୂର୍ବରୁ ଏକାଠି ଖାଇଥିଲେ ତୁନିଶା-ଶିଜାନ, ଯାଞ୍ଚ କରୁଛି ପୋଲିସ୍‌

ମୁମ୍ଵାଇ:ଟେଲି ଅଭିନେତ୍ରୀ ତୁନିଶା ଶର୍ମା ଶନିବାର ଅଲି ବାବା: ଦସ୍ତାନକାବୁଲର ସେଟର ମେକଅପ ରୁମରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ମାମଲାରେ ଅଭିନେତ୍ରୀଙ୍କ ମାଙ୍କ ଅଭିଯୋଗ ପ୍ରେମିକ ଶିଜାନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏହାକୁ  ଆଧାର କରି ପୋଲିସ ଆତ୍ମହତ୍ୟା କରିଥିବା ଅଭିଯୋଗରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା। ଯେଉଁଥି ପାଇଁ ଶିଜାନଙ୍କୁ କୋର୍ଟରେ ହାଜର ହେବା ସହ ଚାରି ଦିନ ରିମାଣ୍ଡରେ ପଠା ଯାଇଥିଲା ଏଥିସହ ପୋଲିସ ଏହି ଘଟଣାରେ ଶିଜାନଙ୍କୁ ପଚରାଉଚରା କରୁଥିବା ବେଳେ ଅନେକ ତଥ୍ୟ ପାଇଛି

ଏହି ମାମଲା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଯେ ଏପର୍ଯ୍ୟନ୍ତ ଏହି ମାମଲା ସହ ଜଡିତ ୧୪ ଜଣଙ୍କ ବିବୃତ୍ତି ରେକର୍ଡ କରାଯାଇଛି। ଘଟଣା ଦିନ ତୁନିଶା ଖୁସିରେ ସକାଳେ ନିଜ ଘରୁ ସିରିଏଲ ସେଟକୁ ଯାଇଥିଲେ। ପ୍ରଥମ ସିଫ୍ଟର ସୁଟ୍ ରେ ସବୁକିଛି ସ୍ୱାଭାବିକ ମନେ ହେଉଥିଲା ଏବଂ ସୁଟିଂ ଶେଷ ହେବା ପରେ ତୁନିଶା ମେକଅପ ରୁମରେ ଅପରାହ୍ନ ୩ଟାରେ ଶିଜାନଙ୍କ ସହ ଲଞ୍ଚ କରିଥିଲେ। ହେଲେ ମାତ୍ର ୧୫ ମିନିଟ ପରେ ହିଁ ଏହି ସବୁ କିଛି ଘଟି ଯାଇଥିଲା।  ଏହା ବ୍ୟତୀତ ଶିଜାନ ବୟାନରେ କହିଥିଲେ କି ଏହା ପ୍ରଥମ ଥର ନୁହେଁ ପୂର୍ବରୁ ବି ତୁନିଶା କିଛି ଦିନ ତଳେ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ସେହି ସମୟରେ ଶିଜାନ ତାଙ୍କୁ ରୋକିଥିଲେ ଏହି ସବୁ ଘଟଣା ବିଷୟରେ ଶିଜାନ ଅଭିନେତ୍ରୀଙ୍କ ମାଆଙ୍କୁ ବି ଜଣାଇଥିଲେ

ତେବେ ପୋଲିସ ବର୍ତ୍ତମାନ ଏହି କୋଣ ଅନୁଧ୍ୟାନ କରୁଛି ଯେ ଅପରାହ୍ନ ଟାରୁ .୧୫ ମଧ୍ୟରେ କଣ କଣ ହୋଇଛି ଉଭୟଙ୍କ ମଧ୍ୟରେ ତିକ୍ତତା ପଛରେ ପ୍ରକୃତ କାରଣ ଜାଣିବାକୁ ପୋଲିସ ଉଭୟଙ୍କ ମଧ୍ୟରେ ଥିବା କଲ ଏବଂ ଚାଟ୍ ପାଇଁ ଫୋରେନସିକ ଲ୍ୟାବ୍କୁ ପଠାଇଛି। ପୋଷ୍ଟମର୍ଟମ ରିପୋର୍ଟକୁ ଆଧାର କରି ପୋଲିସ କହିଛି ଯେ ଅଭିନେତ୍ରୀ ଗର୍ଭବତୀ ନୁହଁନ୍ତି ଏବଂ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଛି। ଡିସେମ୍ବର ୨୭ ରେ ତୁନିଶାଙ୍କ ମର ଶରୀରର ଶେଷ ରୀତିନୀତି କରାଯିବ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking