17.1 C
Bhubaneswar
Tuesday, November 26, 2024
Homeସ୍ୱାସ୍ଥ୍ୟତୁଳସୀ ମିଲ୍କ ପିଇବା ଦ୍ୱାରା ଦୂର ହୋଇଥାଏ ଏହି ରୋଗ

ତୁଳସୀ ମିଲ୍କ ପିଇବା ଦ୍ୱାରା ଦୂର ହୋଇଥାଏ ଏହି ରୋଗ

ଭୁବନେଶ୍ୱର: ତୁଳସୀ ପତ୍ର ଔଷଧୀୟ ଗୁଣରେ ଭରି ରହିଥାଏ । ତୁଳସୀ ପତ୍ର ଖାଇଲେ କେବଳ ରୋଗ ପ୍ରତିରୋଧକ ଶକ୍ତି ବଢେ ନାହିଁ ବରଂ ଅନେକ ରୋଗରୁ ମୁକ୍ତି ମଧ୍ୟ ମିଳିଥାଏ । କରୋନା ମହାମାରୀ ସମୟରେ ଲୋକେ ତୁଳସୀ ପତ୍ରକୁ କାଢା ବନେଇ ପିଇ ଇମ୍ୟୁନ ସିଷ୍ଟମକୁ ଦୃଢ ରଖୁଛନ୍ତି । ହେଲେ କଣ ଆପଣଙ୍କୁ ଜଣାଅଛି, ତୁଳସୀ ପତ୍ରକୁ କ୍ଷୀରରେ ସିଝାଇ ପିଇବା ଦ୍ୱାରା ଏହା ଆହୁରି ଅଧିକ ଲାଭକାରୀ ହୋଇଯାଏ ଏବଂ ଅନେକ ରୋଗକୁ ଆପଣଙ୍କୁ ଦୂରରେ ରଖେ ।  ତାହେଲେ ଚାଲନ୍ତୁ ଜାଣିବା ତୁଳସୀ ମିଲ୍କ ପିଇବା ଦ୍ୱାରା ଆପଣ କେଉଁ ରୋଗରୁ ମୁକ୍ତି ପାଇପାରିବେ ।
ତୁଳସୀ ମିଲ୍କ ବନାଇବା ପାଇଁ ସର୍ବପ୍ରଥମେ ଦେଢ ଗ୍ଲାସ କ୍ଷୀର ସିଝାନ୍ତୁ । ପରେ ସେଥିରେ ୮ରୁ ୧୦ଟି ତୁଳସୀ ପତ୍ର ପକାଇ ତାକୁ ଆଉ କିଛି ସମୟ ପାଇଁ ସିଝାନ୍ତୁ । ପରେ କ୍ଷୀର ଏକ ଗ୍ଲାସ ହେବା ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ । ଉଷୁମ ଥାଇ ଏହାକୁ ପିଅନ୍ତୁ । ଏମିତି କରି ପିଇବା ଦ୍ୱାରା ମୁଣ୍ଡ ବିନ୍ଧା ବା ମାଇଗ୍ରେନ ଦୂର ହୋଇଥାଏ । ଯଦି ଲମ୍ବା ସମୟ ଧରି ଆପଣ ଏମିତି ରୋଗର ଶିକାର ଅଛନ୍ତି, ତେବେ ଚା ଜାଗାରେ କ୍ଷୀରରେ ତୁଳସୀ ପତ୍ର ମିଶାଇ ପିଇପାରିବେ ।
ଏହାବ୍ୟତୀତ ତୁଳସୀ ପତ୍ରରେ ହିଲିଂ ଗୁଣ ବି ରହିଥାଏ । ଯଦି ଆପଣ ଚାପରେ ରହୁଥାନ୍ତି, ତେବେ ଏମିତି ପ୍ରସ୍ତୁତ କରି ପିଅନ୍ତୁ । ଏହାଦ୍ୱାରା ଡିପ୍ରେସନ ସମସ୍ୟା ଦୂର ହୋଇଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟଓ ଗୁଣ ଶରୀରରେ ରୋଗପ୍ରତିରୋଧକ ଶକ୍ତି କ୍ଷମତାକୁ ବଢାଇଥାଏ । ଶ୍ୱାସ ରୋଗୀ ବି ଏହାକୁ ପିଇପାରିବେ ଯଦି ଶ୍ୱାସକ୍ରିୟାରେ ସମସ୍ୟା ହେଉଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking