ଭୁବନେଶ୍ୱର : ବର୍ତ୍ତମାନ ସମୟରେ ପିଲା ଠାରୁ ନେଇ ବୁଢା ଯାଏ ସମସ୍ତଙ୍କ ପାଖରେ କିଛି ନ କିଛି ରୋଗ ଦେଖିବାକୁ ମିଳୁଛି । ତେବେ ଏହି ରୋଗ ଲାଗି ସମସ୍ତେ ବିଭିନ୍ନ ପ୍ରକାର ଔଷଧ ଖାଇ ଖୁବ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି । ତେଣୁ ଏହି ପରିସ୍ଥିତି ରେ ଔଷଧୀୟ ବୃକ୍ଷ ଦ୍ୱାରା ଆଶୁ ଚିକିତ୍ସା କରି ହେବ । ଏହା ବ୍ୟତୀତ ଏହି ସବୁ ବୃକ୍ଷ ଆପଣଙ୍କ ଘର ର ପରିପାର୍ଶ୍ଵ କୁ ପ୍ରଦୂଷଣ ମୁକ୍ତ ଏବଂ ସୁସ୍ଥ ରଖିବାରେ ସକ୍ଷମ ।
ତେବେ ଏ ହେଉଛି ଘର ବଗିଚା ରେ ଲଗାଇବା ଯୋଗ୍ୟ ଔଷଧୀୟ ବୃକ୍ଷ !
ତୁଳସୀ :ଆପଣ ଜାଣିଥିବେ ତୁଳସୀ ୪ ପ୍ରକାର ର । ରାମ ତୁଳସୀ ,କଳା ବା କୃଷ୍ଣ ତୁଳସୀ , ବନ ତୁଳସୀ ଓ କର୍ପୁର ଗନ୍ଧ ଯୁକ୍ତ କର୍ପୁର ତୁଳସୀ ।
ତୁଳସୀ କୁ ଔଷଧୀୟ ବୃକ୍ଷ ମାନଙ୍କ ରାଣୀ ମଧ୍ୟ କୁହାଯାଏ । ଏହା ଜ୍ୱର ,ଥଣ୍ଡା ,କଫ ର ଉପଚାର ଭାବେ ବ୍ୟବହାର କରାଯାଏ । ଗ୍ୟାସ ବା ହଜମ ନ ହେଲେ ତୁଳସୀ ରସ କୁ ମଧ୍ୟ ବ୍ୟବହାର କରିପାରିବେ । ଏହାକୁ ନିୟମିତ ଚା ଭାବେ ବ୍ୟବହାର କଲେ ବହୁ ରୋଗ ଦୂର ହୋଇଥାଏ ।
ଘି କୁଆଁରୀ :ମୋଟା ରସ ଯୁକ୍ତ ପତ୍ର ଥିବା ଏହି ଗଛ କୁ ଆପଣ ଯେ କୌଣସି ସ୍ଥାନ ରେ ଲଗାଇପାରିବେ । ହାଲ୍କା ବାଲିଆ ମାଟିରେ ଏହା ଭଲ ଭାବେ ବଢିଥାଏ ।
ଖଣ୍ଡିଆ ,ଘା ,ରକ୍ତ ବାହାରୁଥିଲେ ,ବା ଜ୍ବଳନ ହେଉଥିଲେ ଆଶୁ ଚିକିତ୍ସା ଲାଗି ଏହାର ବ୍ୟବହାର କରନ୍ତୁ । ଏହା ବ୍ୟତୀତ ଘି କୁଆଁରୀ କୁ ହେଲଥ ଡ୍ରିଙ୍କ ଭାବେ ପିଇଲେ ଏହା ବହୁ ପ୍ରକାର ର ହଜମ ସମସ୍ୟା ଦୂର କରେ । ସମସ୍ତ ପ୍ରକାର ତ୍ୱଚା ,କେଶ ବା ସୌନ୍ଦର୍ଯ୍ୟ ର ବିରଳ ଉପଚାର ଘି କୁଆଁରୀ ।
ମେଥି :ମେଥି କୁ ଆପଣ ନିଜ ହାଣ୍ଡିଶାଳ ରେ ନିଶ୍ଚିନ୍ତ ସ୍ଥାନ ଦେଇଥିବେ । ତେବେ ଏହାକୁ ନିଜର ବଗିଚା ରେ ମଧ୍ୟ ସ୍ଥାନ ଦେବା ଉଚିତ ।
ଏହାର ଛୋଟ ମଞ୍ଜି ରେ ଭରି ରହିଛି କର୍କଟ ପ୍ରତିରୋଧକ ଏବଂ କଲେଷ୍ଟେରୋଲ ହ୍ରାସ ର ଶକ୍ତି । ଏହା ବ୍ୟତୀତ ବିଭିନ୍ନ ହଜମ ସମସ୍ୟା ,ବାନ୍ତି ବା ଗ୍ୟାସ ହେଉଥିଲେ ଏହାକୁ ନିଶ୍ଚିନ୍ତ ଖାଆନ୍ତୁ । ମାସିକ ଋତୁସ୍ରାବ ର କଷ୍ଟ ରେ ଉପଚାର ମଧ୍ୟ ଏହି ମେଥି । ମୁଖ ଦୁର୍ଗନ୍ଧ ,କେଶ ର କହରିଆ ରଙ୍ଗ ଇତ୍ୟାଦି ର ସବୁଠାରୁ ଭଲ ଉପଚାର ମେଥି ।