26.1 C
Bhubaneswar
Thursday, April 2, 2026
Homeଦେଶ ବିଦେଶହ୍ୟାକ୍‌ ହେଲା ଟ୍ରମ୍ପ୍‌ଙ୍କ ପ୍ରଚାର ଅଭିଯାନ ‘ଇମେଲ୍‌’

ହ୍ୟାକ୍‌ ହେଲା ଟ୍ରମ୍ପ୍‌ଙ୍କ ପ୍ରଚାର ଅଭିଯାନ ‘ଇମେଲ୍‌’

ୱାସିଂଟନ : ଆମେରିକା ରାଷ୍ଟ୍ରପତି ନିର୍ବାଚନର ରିପବ୍ଲିକାନ୍‌ ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ପ୍ରଚାର ଅଭିଯାନ ଟିମ୍‌ ଏକ ଚାଞ୍ଚଲ୍ୟକର ଅଭିଯୋଗ କରିଛି। ପ୍ରଚାର ଅଭିଯାନରେ ବ୍ୟବହାର କରାଯାଉଥିବା ଇମେଲ୍‌ ହ୍ୟାକ ହୋଇଛି ଓ ଏହାପଛରେ ଇରାନ୍‌ ରହିଛି ବୋଲି ଟ୍ରମ୍ପ୍‌ଙ୍କ ପ୍ରଚାର ଟିମ୍‌ କହିଛି। ଟ୍ରମ୍ପ୍‌ଙ୍କ ପ୍ରଚାର ଟିମ୍‌ର ମୁଖପାତ୍ର ଷ୍ଟିଭେନ୍‌ ଚେଉଙ୍ଗ୍‌ କହିବାନୁସାରେ, ହ୍ୟାକ୍‌ କରାଯାଇ ଗୁରୁତ୍ବପୂର୍ଣ୍ଣ ନଥି ଚୋରାଇନେବା ସହ ଏହାକୁ ସାର୍ବଜନୀନ କରଯାଇଛି। ଏହା ପଛରେ ଇରାନର ହାତ ଥିବା ଅଭିଯୋଗ କରାଯାଇଥିଲେ ମଧ୍ୟ ଇରାନ ସମ୍ପୃକ୍ତିର କୌଣସି ବଳିଷ୍ଠ ପ୍ରମାଣ ଉପସ୍ଥାପିତ କରାଯାଇନାହିଁ। ଅପରପକ୍ଷରେ, ମାଇକ୍ରୋସଫ୍ଟ ପକ୍ଷରୁ ଏକ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଦର୍ଶାଯାଇଛି, ବିଦେଶୀ ଶକ୍ତି ୨୦୨୪ ଆମେରିକା ପ୍ରଚାର କାର୍ଯ୍ୟକ୍ରମକୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛନ୍ତି। ଜୁନ୍‌ ମାସରେ ଇରାନ୍‌ ଗୁଇନ୍ଦାବିଭାଗ ଏକ ‘ଫିସିଂ ଇମେଲ୍‌’ ରାଷ୍ଟ୍ରପତି ନିର୍ବାଚନରେ ସାମିଲ ଆମେରିକାର ଅନେକ ବରିଷ୍ଠ ଅଧିକାରୀଙ୍କ ନିକଟକୁ ପଠାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking