17.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶପୁଟିନଙ୍କୁ ଟ୍ରମ୍ପଙ୍କ ବଡ଼ ଚେତାବନୀ 

ପୁଟିନଙ୍କୁ ଟ୍ରମ୍ପଙ୍କ ବଡ଼ ଚେତାବନୀ 

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ-ୟୁକ୍ରେନ ଯୁଦ୍ଧ ସମାପ୍ତ କରି ଶାନ୍ତି ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି। କେତେବେଳେ ସେ ଜେଲେନ୍ସକିଙ୍କ ସହ କଥା ହେଉଛନ୍ତି ତ କେତେବେଳେ ସେ ରୁଷ ଉପରେ ଚାପ ପକାୁଛନ୍ତି। ବୁଧବାର ଟ୍ରମ୍ପ ପୁଣି ଥରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ରୁଷ ୟୁକ୍ରେନ ଯୁଦ୍ଧରେ ଯୁଦ୍ଧବିରତି ଚୁକ୍ତିରେ ରାଜି ନହୁଏ ଏବଂ ଚୁକ୍ତି ସ୍ୱାକ୍ଷର କରିବାକୁ ମନା କରେ, ତେବେ ଆମେରିକା ତା’ ଉପରେ କଠିନ କଟକଣା ଲଗାଇବ, ଯାହା ତା’ ପାଇଁ “ବିନାଶକାରୀ” ପ୍ରମାଣିତ ହେବ।

ଆମେରିକାର ୩୦ ଦିନିଆ ଅସ୍ତ୍ରବିରତି ଯୋଜନା- ହ୍ୱାଇଟ୍ ହାଉସରେ ଆୟର୍ଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ମାଇକେଲ୍ ମାର୍ଟିନଙ୍କ ସହ ସାକ୍ଷାତ ପରେ ଟ୍ରମ୍ପ ଏହା କହିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଆମେରିକୀୟ ଆଲୋଚନାକାରୀମାନେ ୟୁକ୍ରେନ ସହିତ ସମ୍ଭାବ୍ୟ ଯୁଦ୍ଧବିରତି ଆଲୋଚନା କରିବା ପାଇଁ ରୁଷ ଯାଉଛନ୍ତି। ସେ କହିଛନ୍ତି ଯେ ଗୋଟିଏ ଦିନ ପୂର୍ବରୁ ୟୁକ୍ରେନ୍ ମଧ୍ୟ ୩୦ ଦିନିଆ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲା। ତଥାପି, ସେ ଏ ବିଷୟରେ ବିସ୍ତୃତ ସୂଚନା ଦେଇ ନାହାଁନ୍ତି।   ଏହାର ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱିଟକଫ ଏହି ସପ୍ତାହ ଶେଷରେ ଯୁଦ୍ଧବିରତି ଉପରେ ଆଲୋଚନା କରିବା ପାଇଁ ମସ୍କୋ ଯାଉଛନ୍ତି ।

ଟ୍ରମ୍ପ ହ୍ୱାଇଟ୍ ହାଉସରେ ଗଣମାଧ୍ୟମକୁ କହିଥିଲେ ଯେ ଆମେରିକା ରୁଷକୁ ୩୦ ଦିନିଆ ଅସ୍ତ୍ରବିରତି ଯୋଜନା ପଠାଇଛି। ଯଦି ରୁଷ ଏଥିରେ ରାଜି ନହୁଏ, ତେବେ ଏହା ତା’ ପାଇଁ ଭଲ ହେବ ନାହିଁ। ଯଦି ରୁଷ ଯୁଦ୍ଧ ଜାରି ରଖେ, ତେବେ ଆମେରିକା ଏପରି ପଦକ୍ଷେପ ନେଇପାରେ ଯାହା ରୁଷ ଉପରେ ଆର୍ଥିକ ପ୍ରଭାବ ପକାଇପାରେ। ଏହା ରୁଷ ପାଇଁ ଭଲ ହେବ ନାହିଁ। କିନ୍ତୁ ମୁଁ ତାହା କରିବାକୁ ଚାହୁଁନାହିଁ । କାରଣ ମୁଁ ଶାନ୍ତି ଚାହୁଁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking