27.1 C
Bhubaneswar
Monday, June 16, 2025
Homeଦେଶ ବିଦେଶପୁଟିନଙ୍କ ଉପରେ ରାଗିଲେ ଟ୍ରମ୍ପ

ପୁଟିନଙ୍କ ଉପରେ ରାଗିଲେ ଟ୍ରମ୍ପ

ନୂଆଦିଲ୍ଲୀ: ପୁଟିନଙ୍କ ଉପରେ ରାଗିଲେ ଟ୍ରମ୍ପ । ୟୁକ୍ରେନ ଉପରେ ଋଷର ଘନଘନ ବୋମାମାଡ଼କୁ କହିଲେ ଭୁଲ । ବର୍ତ୍ତମାନ ସମୟରେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧବିରତି ଆଣିବାକୁ ଚେଷ୍ଟା କରୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହେଲେ ଋଷ କିନ୍ତୁ ଲଗାତାର ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି । ଆଉ ଏହାରି ଭିତରେ ଋଷକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଛନ୍ତି ବଡ଼ ବୟାନ । ପୁଟିନଙ୍କ ଉପରେ ଅସନ୍ତୋଷ ଜାହିର କରିବା ସହିତ ଟ୍ରମ୍ପ କହିଛନ୍ତି, ୟୁକ୍ରେନ ଉପରେ ହୋଇଥିବା ବୋମାମାଡ଼କୁ ନେଇ ସେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଆଉ ପୁଟିନଙ୍କ ଉପରେ ସେ ଖୁସିନାହାନ୍ତି ବୋଲି କହିଛନ୍ତି ।

ଜାଣିରଖିବା ଉଚିତ ଯେ, ରବିବାର ରାତିସାରା ୟୁକ୍ରେନର ସହରଗୁଡ଼ିକ ଉପରେ ଋଷ ଘନଘନ ଆକ୍ରମଣ କରିଥିଲା । ୟୁକ୍ରେନ ଉପରେ ଆକ୍ରମଣ କରି ୩୬୭ ଡ୍ରୋନ୍ ପଠାଇଥିଲା ଋଷ । ଖାଲି ସେତିକି ନୁହେଁ, କ୍ଷେପଣାସ୍ତ୍ରରେ ମଧ୍ୟ ଆକ୍ରମଣ କରିଥିଲା ଋଷ । ଯାହା ପରେ ଏବେ ଏନେଇ ପ୍ରତିକ୍ରିୟା ଦେଇଛନ୍ତି ଟ୍ରମ୍ପ ।

ଦୀର୍ଘଦିନ ଧରି ଋଷ ଏବଂ ୟୁକ୍ରେନ୍ ଭିତରେ ଯୁଦ୍ଧ ଚାଲିଥିଲେ ବି, ଏହା ଥମିବାର ନାଁ ନେଉନି । ଶନିବାର-ରବିବାର ରାତିରେ, ଋଷ ୟୁକ୍ରେନ ଉପରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ବିମାନ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ, ରାଜଧାନୀ କିଭ ସମେତ ୟୁକ୍ରେନର ଅନେକ ସହର ଉପରେ ମୋଟ ୩୬୭ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା । ମିଳିଥିବା ସୂଚନା ମୁତାବକ, ଏପର୍ଯ୍ୟନ୍ତ ଏହି ଆକ୍ରମଣଗୁଡ଼ିକରେ ୧୩ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ୬୦ ରୁ ଅଧିକ ଆହତ ହୋଇଛନ୍ତି । ଏହାସହିତ ବହୁ ପରିମାଣରେ ସମ୍ପତ୍ତିର ମଧ୍ୟ କ୍ଷତି ହୋଇଛି । ଯାହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଆମେରିକା ରାଷ୍ଟ୍ରପତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking