ନୂଆଦିଲ୍ଲୀ : ରାଜଧାନୀର ଏକ ପରିବା ମାର୍କେଟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦିଲ୍ଲୀ ଜଳ ବୋର୍ଡ ଏକ ପାଣି ଟାଙ୍କର ଲୋକଙ୍କ ଉପରେ ମାଡିଯାଇଛି । ବଦରପୁର ବଜାରରେ ପରିବା କିଣୁଥିବା ଲୋକଙ୍କ ଉପରେ ଗାଡି ମାଡିଯିବାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଘଟଣାରେ ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି । ସିସିଟିଭି ଫୁଟେଜ୍କୁ ଆଧାର କରି ପୋଲିସ ଟ୍ରକ ଚାଳକ ବିରୁଦ୍ଧରେ ଆଇପିସି ଧାରା ୨୭୯ ଏବଂ ୩୩୭ ଅନୁଯାୟୀ ମକଦ୍ଦମା ରୁଜୁକରି ଗିରଫ କରିଛି । ପ୍ରାଥମିକ ତଦନ୍ତ ପରେ ପୋଲିସ କହିଛି ଯେ, ଟ୍ୟାଙ୍କରର ଗତି ଅଧିକ ଥିଲା ।