19.1 C
Bhubaneswar
Wednesday, December 10, 2025
Homeଓଡିଶାବସ୍‌କୁ ଧକ୍କା ଦେଲା ଟ୍ରକ୍: ୩ ଗୁରୁତର

ବସ୍‌କୁ ଧକ୍କା ଦେଲା ଟ୍ରକ୍: ୩ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା  ବସ୍ତା ଥାନା ୧୬ ନଂ ଜାତୀୟ ରାଜପଥ ଯୁଣ ବଳଦା ଠାରେ  ଏକ ଯାତ୍ରୀବାହୀ ବସ ପଛପଟୁ  ଦ୍ରୁତ ଗତିରେ  ଆସି ଧକ୍କା ଦେଇଥିଲା ଟ୍ରକ ।  ଫଳରେ ଘଟଣାସ୍ଥଳରେ ଏକ ଯାତ୍ରୀବାହୀ ବସର ପଛପଟରେ ବସିଥିବା ତିନି ଜଣ ଯାତ୍ରୀ ଗୁରୁତର ଭାବେ  ଆହତ ହୋଇଛନ୍ତି ।  ସୂଚନା ଅନୁସାରେ ଗୁରୁବାର ସକାଳ ସମୟରେ  ବାଲେଶ୍ୱରରୁ ଜଳେଶ୍ୱର ଅଭିମୁଖେ ୩୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା  ଏହେଶାନ ନାମକ  ଏକ ଘରୋଇ ବସ ପଛପଟୁ  ସମାନ ଦିଗରୁ ଆସୁଥିବା  ମାଲ ବୋଝେଇ ଟ୍ରକ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା ।  ଫଳରେ ତିନି ଜଣ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ  ପହଞ୍ଚି  ଗୁରୁତରଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ  ପଠାଇଥିବା  ବେଳେ  ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡିକୁ ଜବତ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking