27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶ୩ଟି ବସ୍‌କୁ ଧକ୍କା ଦେଲା ଟ୍ରକ; ୧୭ ମୃତ, ୫୦ ଆହତ

୩ଟି ବସ୍‌କୁ ଧକ୍କା ଦେଲା ଟ୍ରକ; ୧୭ ମୃତ, ୫୦ ଆହତ

ଭୋପାଳ : ମଧ୍ୟପ୍ରଦେଶର ସିଧୀରେ ଚୁରହଟ-ରୀବା ଜାତୀୟ ରାଜପଥରେ ବଡଖରା ଗାଁ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଟ୍ରକ ଛିଡା ହୋଇଥିବା ଅନ୍ୟ ୩ଟି ବସ୍‌କୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୧୭ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ସିଧୀରେ ଚୁରହଟ – ରୀବା ଜାତୀୟ ରାଜପଥରେ ହୋଇଥିବା ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟମାନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଟ୍ରକଟିର ଚକା ଫାଟି ଯିବାରୁ ଏହା ଅନିୟନ୍ତ୍ରିତ ହୋଇ ଛିଡା ହୋଇଥିବା ଅନ୍ୟ ୩ ବସ୍‌କୁ ଧକ୍କା ଦେଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଦ୍ରୁତ ଗତିରେ ଟ୍ରକଟି ୩ଟି ବସକୁ ଧକ୍କା ଦେଇଥିଲା । ଏହାପରେ ୨ଟି ବସ୍ ୧୦ ଫୁଟ ଗଭୀର ଖାଇକୁ ଖସି ପଡିଥିଲା । ଅନ୍ୟ ଏକ ବସ୍ ରାସ୍ତା ଉପରେ ହିଁ ଓଲଟି ପଡିଥିଲା । ଟ୍ରକରେ ସିମେଣ୍ଟ ବୋଝେଇ ହୋଇ ଥିବା ସହ ଧକ୍କା ଦେବା ପରେ ଓଲଟି ପଡିଥିଲା । ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ମୃତକଙ୍କ ପରିଜନଙ୍କ ପାଇଁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଓ ଆହତଙ୍କୁ ୨ ଲକ୍ଷ ଲେଖାଏଁ ଓ ସାମାନ୍ୟ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking