30.1 C
Bhubaneswar
Sunday, June 30, 2024
Homeଓଡିଶାଦ୍ୱାରଶୁଣି ଘାଟିରେ ଖସିଲା ଟ୍ରକ: ଚାଳକ ମୃତ, ହେଲପର ଗୁରୁତର

ଦ୍ୱାରଶୁଣି ଘାଟିରେ ଖସିଲା ଟ୍ରକ: ଚାଳକ ମୃତ, ହେଲପର ଗୁରୁତର

ବାଙ୍ଗିରିପୋଷି: ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ରାସ୍ତାରେ ରବିବାର ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପିଡ଼ିବା ଯୋଗୁଁ ଘଟଣା ସ୍ଥଳରେ ଚାଳକଙ୍କ ମୃତ୍ୟୁ ଘଟିଛି । ପ୍ରାପ୍ତ ସୂଚନା ଅନୁସାରେ, କୋଲକାତା ଅଭିମୁଖେ ଯାଉଥିବା ଏକ ସ୍ପଞ୍ଜ ଆଇରନ ବୋଝେଇ ଟ୍ରକ ଘାଟି ତଳକୁ ଓହ୍ଲାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଚାଳକ ଜଣକ ଟ୍ରକ ତଳେ ଚାପି ହୋଇ ଯାଇଥିଲେ । ହେଲପରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାଙ୍ଗିରିପୋଷି ପୁଲିସ ଭ୍ୟାନରେ ପ୍ରଥମେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି ।ଦୁର୍ଘଟଣା ଖବର ପାଇ ବାଙ୍ଗିରିପୋଷି ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପୁଲିସ ଓ କ୍ରେନ ସାହାଯ୍ୟରେ ଟ୍ରକକୁ ସାଇଡ କରି ଚାଳକଙ୍କ ମୃତଦେହ ଉଦ୍ଧାର କରିଥିଲେ । ଏହାପରେ ଏନଏଚଆଇ ଆମ୍ବୁଲାନ୍ସ ସାହାଯ୍ୟରେ ଡାକ୍ତରଖାନା ପଠାଯାଇଥିଲା । ଶେଷ ଖବର ସୁଦ୍ଧା ଚାଳକଙ୍କ ନାଁ ଜଣାପଡିନାହିଁ । ଏହି ଘଟଣା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହନ ଦୀର୍ଘ ସମୟ ଧରି ଅଟକି ରହିଥିଲା । ବାଙ୍ଗିରିପୋଷି ପୁଲିସ ତରଫରୁ ସ୍ୱାଭାବିକ ଗାଡି ଚଳାଚଳ ପାଇଁ ପ୍ରଚେଷ୍ଟା ଆରମ୍ଭ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking