କେସିଙ୍ଗା: କେସିଙ୍ଗା ଆଦର୍ଶ ଥାନା ନିକଟରେ ଏକ ୧୬ ଚକିଆ ଟ୍ରକରେ ପିଟିଇହୋଇ ବାଇକ୍ ଆରୋହୀ ଓ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନାନୁସାରେ, ତହସିର ଗ୍ରାମରୁ ଟେଣ୍ଟ କାମସାରି କେସିଙ୍ଗା ଏନ୍ଏସିର ୱାର୍ଡ ନଂ- ୮ ବୋରିଙ୍ଗ ପଦରର ପିଣ୍ଟୁ ସାହା(୩୫),କରୁଣା ମାଝୀ(୨୨),ତୁଷାର ମାଝୀ(୨୫),ସମୀର ରଣା(୧୪) ଏକ ଆପାଚି ମୋଟର ସାଇକେଲ ଦ୍ୱାରା ନିଜ ନିଜ ଘର ବୋରିଙ୍ଗପଦରକୁ ଫେରୁଥିଲେ । ଆଦର୍ଶ ଥାନା ନିକଟରେ ୧୬ ଚକିଆ ଟ୍ରକ୍ ବାଙ୍ଗାଲୋର୍ରୁ କେସିଙ୍ଗା ତେଲ ନଦୀକୁ ସୋଲାର ପ୍ଲେଟ ବୋଝେଇ କରି ନେଇ ଯାଉଥିବା ସମୟରେ ମୋଟର ସାଇକେଲ ଚାଳକ ପିଣ୍ଟୁ ସାହା ଭାରସାମ୍ୟ ହରାଇ ଟ୍ରକ୍ର ପଛପଟେ ପିଟି ହୋଇଥିଲା ।
ଫଳରେ ଉପସ୍ଥିତ ଲୋକମାନେ ତୁରନ୍ତ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଡାକ୍ତର ମୋଟର ସାଇକେଲ ଚାଳକ ପିଣ୍ଟୁ ସାହାକୁ ମୃତ ଘୋଷଣା କରିଥିଲେ । ୩ ଗୁରୁତରଙ୍କୁ ଭବାନୀପାଟଣା ସରକାରୀ ଡାକ୍ତରଖାନାରେ ଚିକିତ୍ସା ଚାଲିଛି । ସେଠାରେ ତୁଷାର ମାଝୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ରେଫର କରାଯାଇଥିଲା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟପଟେ ତୁଷାରର ବଡ଼ଭାଇ କରୁଣା ମାଝୀ ଭବାନୀପାଟଣାରେ ଚିକିତ୍ସିତ ହେଉଛନ୍ତି । ଉଭୟଙ୍କର ଶବବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏ ନେଇ କେସିଙ୍ଗା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।