27.1 C
Bhubaneswar
Friday, October 18, 2024
Homeଓଡିଶାପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି: ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନଙ୍କୁ ଜେରା

ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି: ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନଙ୍କୁ ଜେରା

ଭୁବନେଶ୍ୱର: ପୁଣି ଇଡିରେ ଆଜି ପୁଣି ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା ଓରଫ ଶ୍ରଦ୍ଧା । ଶ୍ରଦ୍ଧାଙ୍କୁ ଇଡି ଅଧିକାରୀମାନେ ଦ୍ୱିତୀୟ ଥର ଲାଗି ପଚରାଉଚରା କରିଛନ୍ତି । ଅର୍ଚ୍ଚନା ମନିଲଣ୍ଡ୍ରିଂ ଏବଂ କ୍ରାଇମ୍ ସିଣ୍ଢିକେଟ୍ ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯାଇଥିଲା । ଇଡିର ତଦନ୍ତ ଏବେ ଅର୍ଚ୍ଚନା ଏବଂ ଏହାର ଚତୁଃପାଶ୍ୱର୍ରେ ହିଁ ଘୁରୁଛି । ସିଧାସଳଖ ଅର୍ଚ୍ଚନା ଲିଙ୍କରେ ଥିବା ବ୍ୟକ୍ତି ବିଶେଷଙ୍କୁ ଇଡି କାର୍ଯ୍ୟାଳୟକୁ ଡକାଯାଉଛି । ଏମାନଙ୍କ ଠାରୁ ତଥ୍ୟ ସଂଗ୍ରହପରେ ଇଡି ଜାଲରେ ପଡି ପାରନ୍ତି ବଡ ମାଛ । କାରଣ ଅର୍ଚ୍ଚନାଙ୍କ କାରବାର ବହୁ ବଡବଡିଆଙ୍କ ସହ ରହିଥିଲା । ଯେଉଁଥିରେ ରାଜନେତା,ବଡ ବ୍ୟବସାୟୀ, ହୋଟେଲିୟରସ୍ ଏବଂ ଅନ୍ୟମାନେ ରହିଛନ୍ତି । ପ୍ରଥମେ ଶ୍ରଦ୍ଧା ଏବଂ ପରେ ଡ୍ରାଇଭର ଚନ୍ଦନଙ୍କୁ ପଚରାଉଚରା କରାଯାଉଛି । ଅର୍ଚ୍ଚନାଙ୍କ ଡ୍ରାଇଭର ହିଁ ଏବେ ଏହି କଳା ସାମ୍ରାଜ୍ୟ ସଂପର୍କରେ ସୂଚନା ଦେଇପାରିବେ । ସେ ଅର୍ଚ୍ଚନାଙ୍କ ଗୁମର ଖୋଲିପାରିବେ । ତାଙ୍କ ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରେ ବୋଲି ଇଡି ଆଶା ବାନ୍ଧିଛି । ଇଡି ଅଧିକାରୀମାନେ ଆଜି ଡ୍ରାଇଭରଙ୍କୁ ଗୁଡ଼େଇ ତୁଡ଼େଇ ବିଭିନ୍ନ ବିଷୟ ପ୍ରଶ୍ନ କରିଥିବା ଜଣାପଡିଛି । ଯେପରିକି ଅର୍ଚ୍ଚନାଙ୍କ ପାଖରେ ଡ୍ରାଇଭର ଚନ୍ଦନ କେତେଦିନ ହେବ କାମ କଲେଣି, ସେ ଅର୍ଚ୍ଚନା ଲିଙ୍କ୍‌ରେ କାହାକୁ ସବୁ ଜାଣିଛନ୍ତି, ଶ୍ରଦ୍ଧାଞ୍ଜଳିଙ୍କୁ ଜାଣିଛନ୍ତି କି ନାହିଁ, ଅର୍ଚ୍ଚନା କାହା ପାଖକୁ ସବୁ ଯାଉଥିଲେ, ସେ କେଉଁଠି କୌଣସିି ଗୁପ୍ତ ସିନ୍ଧୁକ ଲୁଚାଇ ରଖିଛନ୍ତି କି ଇତ୍ୟାଦି । ଅର୍ଚ୍ଚନାଙ୍କ ଦାମୀ ଗାଡି ସମ୍ପର୍କରେ ମଧ୍ୟ ତାଙ୍କୁ ପ୍ରଶ୍ନ କରାଯାଇଥିଲା । ସେହିପରି କିଛି ଡିଲ୍ ଗାଡିରେ ହୋଇଥିବା ଜଣାପଡିଛି । ଯେହେତୁ ଅଧିକାଂଶ କାରବାର କ୍ୟାସ୍ ଆକାରରେ ହେଉଥିଲା ଏହି କ୍ୟାସ ଆଣିବାକୁ ଦାମୀ ଗାଡି ବ୍ୟବହାର କରାଯାଉଥିଲା । ତେବେ ଅର୍ଚ୍ଚନାଙ୍କ ଡିଲ୍ କରୁଥିବା କ୍ୟାସ କିଏ ଆଣିବାକୁ ଯାଏ, ଅନୈତିକ ଉପାୟରେ ଗ୍ରହଣ କରାଯାଉଥିବା ବିଡା ବିଡା ନୋଟ୍ କେଉଁଠୁ ଆସେ, ଏହି ଟଙ୍କା ସବୁ ଆସିବା ପରେ କୁଆଡେ ଯାଏ, କାହା ପାଖରେ ରୁହେ ତାହା ଇଡି ଜାଣିବାକୁ ଚାହିଁଥିଲା । ଅନ୍ୟ ପକ୍ଷରେ ଅର୍ଚ୍ଚନା ରାଜ୍ୟ ବାହାରର ଯୁବତୀଙ୍କୁ ଏଭଳି କାର୍ଯ୍ୟରେ ବ୍ୟବହାର କରୁଥିବା ନେଇ ଚର୍ଚ୍ଚା ହେଉଛି । ହାଇ ପ୍ରୋଫାଇଲ ଯୁବତୀମାନେ ଦାମୀ ଗାଡି ଡିମାଣ୍ଡ କରନ୍ତି । ଚନ୍ଦନ ସେମାନଙ୍କୁ ନେବା ଆଣିବା କରିବା ସହ ଠିକଣା ସ୍ଥାନରେ ଛାଡ଼ିଥାଏ । ବହୁଦିନ ହେବ ଇଡିକୁ ଏଭଳି ଖବର ମିଳିଲାଣି । ଏଥିପାଇଁ ବୋଧହୁଏ ଇଡି ଟାର୍ଗେଟରେ ଅର୍ଚ୍ଚନାଙ୍କ ଦାମୀ ଗାଡ଼ି ରହିଛି । ପୁଲିସ ଗାଡ଼କି ଜବତ କରି ନ ଥିଲେ ମଧ୍ୟ ଇଡି ପ୍ରଥମ ଦିନରୁ ହିଁ ଗାଡି ପଛରେ ପଡିଛି । ପ୍ରଥମେ ଥାର୍ ଜବତ କରିଥିଲା, ପରେ ଏଣ୍ଡେଭର । ସେକେଣ୍ଡ ହ୍ୟାଣ୍ଡ ଗାଡି ସୋରୁମ୍ ସୁପ୍ରିମ୍ ଅଟୋର ମାଲିକ ତଥା ବିଜେନେସ୍ ପାର୍ଟନର ଖଗେଶ୍ୱରଙ୍କୁ ଗିରଫ କଲା । ଏବେ ଗୋଟିଏ ପରେ ଗୋଟିଏ ଦାମୀ ଗାଡି କିଣାଯାଇଥିବା ସୋରମ୍ ମାଲିକଙ୍କୁ ହାଜର ହେବାକୁ ନୋଟିସ୍ କରାଯାଉଛି । ଆଜି ଅର୍ଚ୍ଚନା ଗାଡି ଡ୍ରାଇଭର ଚନ୍ଦନକୁ ହାଜର ହେବାକୁ କୁହାଯାଇଥିଲା । ଚନ୍ଦନ ଇଡି ନିକଟରେ ହାଜର ହୋଇ ଏସବୁର ଉତ୍ତର ରଖିଥିବା ବିଶ୍ୱସ୍ଥ ସୂତ୍ରରୁ ଜଣାପଡିଛି । ସେପଟେ ଇଡି କାର୍ଯ୍ୟାଳୟରେ ଆଗାମୀ ଦିନରେ ବଡ଼ଧରଣର ହଲଚଲ ହେବା ନେଇ ସୂଚନା ମିଳୁଛି । ଅଧିକ ପରିମାଣରେ ସିଆର୍‌ପିଏଫ ନିୟୋଜିତ ହେବା ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking