25.1 C
Bhubaneswar
Monday, February 23, 2026
Homeଓଡିଶାକଂଗ୍ରେସ ଭବନରେ ପୂର୍ବତନ ପିସିସି ସଭାପତି କାହ୍ନୁ ଚରଣ ଲେଙ୍କାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

କଂଗ୍ରେସ ଭବନରେ ପୂର୍ବତନ ପିସିସି ସଭାପତି କାହ୍ନୁ ଚରଣ ଲେଙ୍କାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ସ୍ୱର୍ଗତ କାହ୍ନୁ ଚରଣ ଲେଙ୍କାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସର୍ବପ୍ରଥମେ ସ୍ୱର୍ଗତ ଲେଙ୍କାଙ୍କ ଅମର ଆତ୍ମାର ସଦଗତି କାମନା ନିମନ୍ତେ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ମୃତି ଚାରଣ କରି ଶ୍ରୀ ଭକ୍ତ ଚରଣ ଦାସ କହିଲେ ଯେ ସ୍ୱର୍ଗତ ଲେଙ୍କା କଂଗ୍ରେସ ପ୍ରତି ଜଣେ ସମର୍ପିତ ବ୍ୟକ୍ତିତ୍ୱ ଥିଲେ । ତାଙ୍କ ଦାୟିତ୍ୱକୁ ସେ ନିର୍ବାହ କରିବାରେ ସର୍ବଶ୍ରେଷ୍ଠ ପରାକାଷ୍ଠା ଦେଖାଇଛନ୍ତି । ତାଙ୍କର ବିଚାରଧାରା, ସାଂଗଠନିକ ଦକ୍ଷତା ଓ ସମର୍ପଣ ଭାବ ପ୍ରତ୍ୟେକ କଂଗ୍ରେସ କର୍ମୀ ଆପଣାଇ ପାରିଲେ ତାହା ସ୍ୱର୍ଗତ ଲେଙ୍କାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବବୋଲି ଶ୍ରୀ ଦାସ କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀକାନ୍ତ ଜେନା, ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ପ୍ରକାଶ ଜେନା, ବିଜୟଲକ୍ଷ୍ମୀ ସାହୁ, ବାଙ୍କନିଧି ବେହେରା, ଅଭୟ ସାହୁ, ଅମିୟ କୁମାର ପଟ୍ଟନାୟକ, ପ୍ରଦିପ୍ତ ଦାସ, ବିଷ୍ଣୁ ବାରିକ, ଦେବୀ ପ୍ରସାଦ ନାୟକ, ସୁଦର୍ଶନ ଦାସ ପ୍ରମୁଖ ସ୍ୱର୍ଗତ ଲେଙ୍କାଙ୍କର କାର୍ଯ୍ୟଧାରା, ପ୍ରତିବଦ୍ଧତା ଓ ସାଲିସବିହୀନ ବ୍ୟକ୍ତିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ବୈଠକକୁ ଅରବିନ୍ଦ ଦାସ ପରିଚାଳନା କରିଥିଲେ ଓ ସିର୍ଦ୍ଧାର୍ଥ ସ୍ୱରୂପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସୁରେଶ କୁମାର ରାଉତରାୟ, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ଜୟଶ୍ରୀ ପଟ୍ଟନାୟକ, ମନିଷା ଦାସ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ନିମାଇ ରାଉତରାୟ, ଯୋଗୀନାଥ ବାହୁବଳେନ୍ଦ୍ର, ହଳଧର ସେଠୀ, ତରୁଣ ମିଶ୍ର, ନବଜ୍ୟୋତି ପଟ୍ଟନାୟକ, ଅମିତା ବିଶ୍ୱାଳ, ସୁନିତା ବିଶ୍ୱାଳ, ଲକ୍ଷ୍ମଣ ମାଝୀ, ଜୟକୃଷ୍ଣ ସୁବୁଦ୍ଧି, ଶ୍ରୀୟାସ୍ମିତା ପଣ୍ଡା, କୁସୁମ ପ୍ରଧାନ, କୃଷ୍ଣଚନ୍ଦ୍ର ବରାଳ, ମାନସ କର, ବିଶ୍ୱଭୂଷଣ ଦାସ, ଅନିମା ମିଞ୍ଜ, ପ୍ରଦୀପ ମହାପାତ୍ର, ଜାନକୀ ମଲ୍ଲିକ, ଅଶୋକ ଦାସ, ଆଲୋକ ମହାନ୍ତି, ବିଶ୍ୱରଞ୍ଜନ ଜେଠୀ, ବୈଜୟନ୍ତୀ ମାଳା ମହାନ୍ତି, କନକ ମଲ୍ଲିକ, ନିରଞ୍ଜନ ସାମଲ, ଅଶୋକ ସ୍ୱାଇଁ, ଜୟସ୍ମିତା ମହାନ୍ତି, କଳ୍ପନା ପଣ୍ଡା, ବିଶ୍ୱଜିତ ଦାଶ, ରତ୍ନାକର ବେହେରା, ମାନସ ଆଚାର୍ଯ୍ୟ, ବିଭୁ ପ୍ରସାଦ ମିଶ୍ର, ଶିବ ପ୍ରସାଦ ଦାସ, ମଂଟୁ ମଲ୍ଲିକ, ଦେବେନ୍ଦ୍ର ଦାସ, ମିଲନ ପଟ୍ଟନାୟକ, ପ୍ରହଲ୍ଲାଦ ପୂର୍ତ୍ତି, ମୋଟରାଜ ଡୁଙ୍ଗଡୁଙ୍ଗ, ଦେବାଶିଷ ଭୂୟାଁ, ପ୍ରଦୀପ୍ତ କୁମାର ନନ୍ଦ, ଶାନ୍ତାୟନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking