14.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଶେଖ ହାସିନାଙ୍କୁ ଟ୍ରିବ୍ୟୁନାଲ୍‌ଙ୍କ ଅଲ୍ଟିମେଟମ୍‌

ଶେଖ ହାସିନାଙ୍କୁ ଟ୍ରିବ୍ୟୁନାଲ୍‌ଙ୍କ ଅଲ୍ଟିମେଟମ୍‌

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ବାଂଲାଦେଶ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ପକ୍ଷରୁ ଶୁକ୍ରବାର ଏକ ଅଲ୍ଟିମେଟମ୍ ଜାରି ପରିପ୍ରେକ୍ଷୀରେ କଡା ନିର୍ଦ୍ଦେଶ ଜାରି କରାଯାଇଛି । ନିର୍ଦ୍ଦେଶନାମାରେ ଆସନ୍ତା ୨୪ ତାରିଖରେ କୋର୍ଟରେ ହାଜର ହେବାକୁ ଟ୍ରିବ୍ୟୁନାଲ କହିଛନ୍ତି । ଏପରି ନହେଲେ ହସିନାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟ୍ରିବ୍ୟୁନାଲ କହିଛନ୍ତି । ରିପୋର୍ଟ ଅନୁସ।।ରେ ହସିନାଙ୍କ ବିରୋଧରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ବାଂଲାଦେଶ ସରକାର ମାନବତା ବିରୋଧୀ ଅପରାଧ, ହତ୍ୟା ଏବଂ ଗଣହତ୍ୟା ଭଳି ଗମ୍ଭୀର ଅଭିଯୋଗ ଆଣିବା ସହ ଟ୍ରିବ୍ୟୁନାଲ୍‌ଙ୍କ ଦ୍ୱାରସ୍ଥ ହୋଇଛି । ଏସବୁ ଅପରାଧ ତଥା ଅଭିଯୋଗ ଆଧାରରେ ଟ୍ରିବ୍ୟୁନାଲ୍ ହସିନାଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ଉପସ୍ଥିତ ରହି ନିଜ ପକ୍ଷ ରଖିବାକୁ କହିଛନ୍ତି । ପ୍ରକାଶ, ହସିନାଙ୍କ ବିରୋଧରେ ଏସବୁ ଅଭିଯୋଗ ଏବେ ବିଚାରାଧୀନ ରହିଛି ।

ଜୁଲାଇ ୨୦୨୪ରେ ବାଂଲାଦେଶରେ ଛାତ୍ର ଆନ୍ଦୋଳନ ସମୟରେ ସାଧାରଣ ଲୋକଙ୍କ ଉପରେ ଗୁଳି ଚଳାଇବା ପାଇଁ ଷଡ଼ଯନ୍ତ୍ର କରିବାର ଅଭିଯୋଗ ହସିନାଙ୍କ ଉପରେ ରହିଛି । ପୂର୍ବତନ ଗୃହମନ୍ତ୍ରୀ ଆସାଦୁଜ୍ଜମାନ ଖାନ ଏବଂ ତତ୍କାଳୀନ ପୋଲିସ ମହାନିରୀକ୍ଷକ (ଆଇଜିପି) ଚୌଧୁରୀ ଅବଦୁଲ୍ଲା ଅଲ୍‌-ମାମୁନଙ୍କୁ ମଧ୍ୟ ଏହି ମାମଲାରେ ସହ-ଅଭିଯୁକ୍ତ କରାଯାଇଛି । ଅବଦୁଲ୍ଲା ଅଲ୍‌-ମାମୁନଙ୍କୁ ପୂର୍ବରୁ ଗିରଫ କରାଯାଇ ଟ୍ରିବ୍ୟୁନାଲ୍ ସମ୍ମୁଖରେ ହାଜର କରାଯାଇସାରିଛି । ତେବେ ହସିନା ଏବଂ ଆସାଦୁଜ୍ଜମାନ ଫେରାର୍ ରହିଥିବା ବାଂଲାଦେଶର ଅନ୍ତରୀଣ ସରକାର ଟ୍ରିବ୍ୟୁନାଲଙ୍କୁ କହିଛନ୍ତି । ଫଳରେ ଟ୍ରିବ୍ୟୁନାଲ ଏବେ ସେମାନଙ୍କୁ ଜୁନ ୨୪ ସୁଦ୍ଧା ଟ୍ରିବୁନାଲରେ ହାଜର ହେବାକୁ ଅଲ୍ଟିମେଟମ୍ ଜାରି କରହିଛନ୍ତି ।

ଯଦି ସେମାନେ ହାଜିର ନହେବେ ତେବେ ସେମାନଙ୍କ ଅନୁପସ୍ଥିତିରେ ଶୁଣାଣି କରାଯିବ ଏବଂ ଦଣ୍ଡବିଧାନ କରାଯିବ ବୋଲି କୁହାଯାଇଛି । ଏହି ସମୟରେ, ହସିନାଙ୍କ ବିରୁଦ୍ଧରେ କୋର୍ଟ ଅବମାନନାର ଆଉ ଏକ ମାମଲା ମଧ୍ୟ ଦାୟର କରାଯାଇଛି, ଯେଉଁଥିରେ ସେ କୋର୍ଟକୁ ଅବମାନନା କରିବା ଏବଂ ନ୍ୟାୟିକ ପ୍ରକ୍ରିୟାକୁ ଏଡାଇବା ଅଭିଯୋଗ କରାଯାଇଛି । ପ୍ରକାଶ, ୟୁନୁସ ସରକାର ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ଭାରତ ସରକାରଙ୍କ ଉପରେ ନିରନ୍ତର ଚାପ ପକାଇ ଆସୁଛନ୍ତି । ତଥାପି, ଭାରତ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଦିଆଯାଇନାହିଁ । ହସିନା ଏବେ ନିଜ ପରିବାର ସଦସ୍ୟଙ୍କ ସହ ଭାରତରେ ଆଶ୍ରୟ ନେଇଥିବା ବାଂଲାଦେଶ ବେଶ୍ ଭଲଭାବେ ଜାଣିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking