26.1 C
Bhubaneswar
Tuesday, October 22, 2024
Homeଓଡିଶାଆଦିବାସୀ ଓଡ଼ିଆ ଯୁବ ଶ୍ରମିକ ମୃତ

ଆଦିବାସୀ ଓଡ଼ିଆ ଯୁବ ଶ୍ରମିକ ମୃତ

ପାତ୍ରପୁର: ଆନ୍ଧ୍ରକୁ କୁଲି ଖଟିବାକୁ ଯାଇଥିବା ହରଡାପାଟୁ ନୂଆଁସାହି ଗ୍ରାମର ଅର୍ଜୁନ ନାୟକଙ୍କ ପୁଅ ବିଜୟ ନାୟକ(୨୨)ଙ୍କ ଆଜି ମୃତ୍ୟୁ ଘଟିଥିବା ଜଣାପଡିଛି । ତୁମ୍ବା ପଞ୍ଚାୟତ ଧାଡ଼ିଆମ୍ବ ନିକଟରେ ଅର୍ଜୁନ ଘର କରି ରହୁଥିବା ବେଳେ ତାଙ୍କ ପୁଅ ବିଜୟ ଝାରସୁଗୁଡ଼ାରୁ ତିନିମାସ ପୂର୍ବେ କିଛି ସାଙ୍ଗଙ୍କ ସହିତ ଆନ୍ଧ୍ରର ବିଜୟୱାଡ଼ା ଯାଇଥିଲେ ।

ବିଜୟୱାଡାର ଅଙ୍ଗୁଲାର ଏକ ଗ୍ରାନାଇଟ କାରଖାନାରେ କାର୍ଯ୍ୟ କରୁଥିଲେ । ଗତକାଲି ଭୋର ସମୟରେ ତାଙ୍କୁ ଝାଡ଼ାବାନ୍ତି ହୋଇଥିଲା । ତୁରନ୍ତ ସାଙ୍ଗମାନେ ତାଙ୍କୁ ଚିକିତ୍ସା ପାଇଁ ନିକଟ ଡାକ୍ତରଖାନାକୁ ନେଇ ଚିକିତ୍ସା କରିଥିଲେ । ତେବେ ଚିକିତ୍ସିତ ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ଶବ ବ୍ୟବଛେଦ ପରେ ତାଙ୍କୁ ସାଙ୍ଗମାନେ ଆମ୍ବୁଲାନ୍ସ ଯୋଗେ ଗ୍ରାମକୁ ଆଣୁଥିବା ପରିବାର ଲୋକେ ସୂଚନା ଦେଇଛନ୍ତି । ଅର୍ଜୁନ ଗରୀବ ପରିବାର ହୋଇଥିବାରୁ ପ୍ରଶାସନ ପକ୍ଷରୁ ତାଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking