30.1 C
Bhubaneswar
Saturday, October 5, 2024
Homeଅପରାଧଆଦିବାସୀ ଝିଅକୁ ଦୁଷ୍କର୍ମ ଅଭିଯୋଗ, ଯୁବକ ଅଟକ

ଆଦିବାସୀ ଝିଅକୁ ଦୁଷ୍କର୍ମ ଅଭିଯୋଗ, ଯୁବକ ଅଟକ

ଭୁବନେଶ୍ବର : ଜଣେ ଆଦିବାସୀ ଝିଅକୁ ପ୍ରଥମେ ପ୍ରେମ, ପରେ ଶାରିରୀକ ସମ୍ପର୍କ। ସମ୍ପର୍କ ବେଳର ଫଟୋକୁ ମୋବାଇଲ ଫୋନରେ ରଖି ଯୌନ ନିର୍ଯାତନା ଓ ଗର୍ଭନଷ୍ଟ କରିବା ଆଦି ଅଭିଯୋଗରେ ଚନ୍ଦକା ଥାନା ପୁଲିସ ଜଣେ ଯୁବକକୁ ଥାନାରେ ଅଟକ ରଖିଛି। ତା ନାଁ ଅଖୁନ। ଘର ଚନ୍ଦକା‌ ଥାନା ମେଣ୍ଢାଶାଳ ଫାଣ୍ଡି ଅଧୀନରେ। ଆସନ୍ତାକାଲି ତାକୁ ପୁଲିସ କୋର୍ଟ ଚାଲାଣ କରିବ। ଯୁବତୀଙ୍କ ଅଭିଯୋଗ, କିଛି ବର୍ଷ ତଳେ ତାଙ୍କର ସଂପୃକ୍ତ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ବିବାହ କରିବାର ପ୍ରତିଶ୍ରୁତି ଦେଇ ସେ ଶାରୀରିକ ସମ୍ପର୍କ ରଖିଲା। ସେତେବେଳେ ସେ ନିଜ ମୋବାଇଲ୍‌ରେ କିଛି ଫଟୋ ଉଠାଇଥିଲା। ଯେତେବେଳେ ଯୁବତୀଜଣକ ଗର୍ଭବତୀ ହେବା ଜାଣିଲେ ତାଙ୍କୁ ବିବାହ କରିବ ବୋଲି ଯୁବକଜଣକ ପ୍ରତିଶ୍ରୁତି ଦେଲେ।

କିନ୍ତୁ କିଛି ଦିନ ପରେ ଆସି କହିଲେ ଆମ ପରିବାରଲୋକ ଏହାକୁ ଗ୍ରହଣ କରୁନାହାନ୍ତି। ତୁ ଗର୍ଭନଷ୍ଟ ଔଷଧ ଖାଇ ଗର୍ଭପାତ କରାଇ ଦେ। ଗର୍ଭପାତ କରିବା ପରେ ଗତ ବର୍ଷ ମୋର ବିବାହ ଘର ଲୋକ କରିଦେଲେ। କିନ୍ତୁ ସଂପୃକ୍ତ ଯୁବକ ଜଣକ ମୋ ସ୍ବାମୀଙ୍କ ପାଖକୁ ଆସି ମୋ ସହ ଶାରିରୀକ ରଖିବା ସମୟରେ ଫଟୋକୁ ଦେଖାଇ ଦେଇଥିଲେ। ଏହା ପରେ ମୋ ସ୍ବାମୀ ମୋତେ ବିଦା କରି ଦେଇଥିଲେ। ମୁଁ ବାପ ଘରକୁ ଆସିବା ପରେ ମୋତେ ପୁଣି ଥରେ ବିବାହ କରିବାର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଲେ। ପୁଣି ଥରେ ଗର୍ଭବତୀ ହେବା ପରେ ଏବେ ଗର୍ଭପାତ କରାଇ ଦେଇଛନ୍ତି। ପୁଣି ଥରେ ତାଙ୍କ ସାନ ଭାଇଙ୍କ ହାତରେ ଗର୍ଭନଷ୍ଟ ବଟିକା ଦେଇ ଗର୍ଭପାତ କରାଇଥିଲେ। ଏଭଳି ନିର୍ଯାତନ ଆଉ ସହିହେଲା ନାହିଁ। ଶେଷରେ ସେ ଥାନାରେ ଅଭିଯୋଗ କଲେ ବୋଲି କହିଛନ୍ତି। ଏ ସମ୍ପର୍କରେ ଜୋନାଲ ଏସିପି ରମେଶ ଚନ୍ଦ୍ର ବିଶି କହିଛନ୍ତି ସଂପୃକ୍ତ ଯୁବକକୁ ଥାନାରେ ଅଟକ ରଖାଯାଇଛି। ଯୁବତୀଙ୍କ ଅଭିଯୋଗର ମଧ୍ୟ ତଦନ୍ତ ଚାଲିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking