28.1 C
Bhubaneswar
Sunday, June 23, 2024
Homeଓଡିଶାଆଦିବାସୀ ମେଳା: ମନ ମୋହୁଛି ହସ୍ତତନ୍ତ ଶିଳ୍ପ

ଆଦିବାସୀ ମେଳା: ମନ ମୋହୁଛି ହସ୍ତତନ୍ତ ଶିଳ୍ପ

ଭୁବନେଶ୍ୱର: ଏପ୍ରିଲ୍ ୨୩ରୁ ଆରମ୍ଭ ହୋଇଥିବା ଆଦିବାସୀ ମେଳା ଆଜି ୭ ଦିନରେ ପହଞ୍ଚିଛି । ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଆଦିମେଳାରେ ଆଦିାସୀଙ୍କ କଳାକୃତିକୁୁ ଦେଖିବା ପାଇଁ ଏବେ ଧିରେ ଧିରେ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଆଦିବାସୀ ପ୍ରଦର୍ଶନୀ ମେଳାରେ ଓଡ଼ିଶା ସମେତ ୧୮ ରାଜ୍ୟରୁ ଆସିଥିବା ବିଭିନ୍ନ ଜନଜାତିର କାରିଗରମାନେ ସେମାନଙ୍କ ହାତତିଆରି କଳା ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି । ଧାନ, ସୂତା ଓ ଜନଜାତି ସାମଗ୍ରୀ ବ୍ୟବହାର କରି ଅତି ଆକର୍ଷଣୀୟ ଦେବା ଦେବୀଙ୍କ ମୂର୍ତ୍ତି, ଯେପରି ଜଗନ୍ନାଥ ମୂର୍ତ୍ତି, ଗଣେଶ ମୂର୍ତ୍ତି  ଆଦି ବିଶେଷ ଆକର୍ଷଣ ପାଲଟିଛି । ସଉରା ଏବଂ ଗଣ୍ଡ ଚିତ୍ରକଳା, ବାଉଁଶରୁ ପ୍ରସ୍ତୁତ ବିଭିନ୍ନ ସୌଖିନ ସାମଗ୍ରୀ, ଲାଖରୁ ପ୍ରସ୍ତୁତ ଚୁଡି, ଆଦିବାସୀ ଅଳଙ୍କାର, ଢ଼ୋକ୍‌ରା ସାମଗ୍ରୀ, ଜନଜାତି ବସ୍ତ୍ର, ସୂଚୀକର୍ମ, ଖଜୁରୀ ପତ୍ରର ଘର ସଜାଇବା ସାମଗ୍ରୀ, ଅଳଙ୍କାର, ସିକିମର ବେତ ଓ ବାଉଁଶ ପ୍ରସ୍ତୁତି ସୌଖିନ ସାମଗ୍ରୀ, ଅରୁଣାଚଳ ପ୍ରଦେଶର ମାଟି ପାତ୍ର ଏବଂ ତାଳପତ୍ର ପ୍ରସ୍ତୁତ ସାମଗ୍ରୀ, ଉତର ପ୍ରଦେଶର ହସ୍ତତନ୍ତ ବିଶେଷ ଆକର୍ଷଣ ପାଲଟିଛି ।
ମେଳାରେ ହିଁ ହାତ ତିଆଣି ବୁଣା ସାମଗ୍ରୀର ଚାହିଦା ବେଶୀ ଦେଖିବାକୁ ମିଳିଛି । ବୃଦ୍ଧ କାରିଗରମାନେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଗ୍ରାହକଙ୍କ ସମ୍ମୁଖରେ ହିଁ ବିଭିନ୍ନ ପ୍ରକାର ବସ୍ତ୍ର ବୁଣୁଥିବା ଦେଖାଯାଇଛି । ସେହିପରି ତାଳପତ୍ର ନିର୍ମିତ ତଲେଇ, କାଠରେ ନିର୍ମିତ ଘରକରଣା ସାମଗ୍ରୀ ବିଶେଷ ଆକର୍ଷଣ ପାଲଟିଛି । କେବଳ କାଠ, ତାଳପତ୍ର ନୁହେଁ ବିଭିନ୍ନ ଧାତୁରେ ନିର୍ମିତ ଖେଳଣା ଓ କୁଟୀର ଶିଳ୍ପକୁ ଦେଖିବା ପାଇଁ ମଧ୍ୟ ଦର୍ଶକ ଓ ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହେଉଛି । ସେହିପରି ଉତ୍ତରାଖଣ୍ଡର ବାଉଁଶ, କାଠ ଏବଂ ଧାତବ ସାମଗ୍ରୀ, ଝାରଖଣ୍ଡର ବାଉଁଶ ଓ ଧାତବ କଳା ସାମଗ୍ରୀ, ମହାରାଷ୍ଟ୍ରର ୱାର୍‌ଲି ଚିତ୍ର ଏବଂ ବାଉଁଶ କଳା ସାମଗ୍ରୀ, ପଶ୍ଚିମବଙ୍ଗର ଅଳଙ୍କାର, ହସ୍ତତନ୍ତ, ଘାସକାଠିରୁ ପ୍ରସ୍ତୁତ ସାମଗ୍ରୀ, ରାଜସ୍ଥାନର କାଗଜ କାରିଗରୀ, ପଥର ମୂର୍ତ୍ତୀ, ଚିତ୍ର, ଗୁଜୁରାଟର ନାଗ୍‌ଲି ଓ ବାଉଁଶ କାରିଗରୀ, ଆନ୍ଧ୍ରପ୍ରଦେଶର ମାଟିପାତ୍ର, ଟେରାକୋଟା ଏବଂ ତାଳପତ୍ରରୁ ପ୍ରସ୍ତୁତ ସାମଗ୍ରୀ, କେରଳର ବାଦ୍ୟଯନ୍ତ୍ର ଏବଂ ପାରମ୍ପରିକ ବାଉଁଶ ପ୍ରସ୍ତୁତ ସାମଗ୍ରୀ, ଛତିଶଗଡ଼ର ଢ଼ୋକ୍ରା, ବାଉଁଶ ଏବଂ ଲୌହ ସାମଗ୍ରୀ, ତାମିଲନାଡୁର ସୂଚିକର୍ମ ଯୁକ୍ତ ବସ୍ତ୍ର, ତେଲେଙ୍ଗାନାର ମୁଖା, ମଧ୍ୟପ୍ରଦେଶର ଗଣ୍ଡଚିତ୍ର ଏବଂ ପିତ୍ତଳ କଳାବସ୍ତୁ ଆଦିକୁ ଦେଖିବା ସହ କିଣୁଛନ୍ତି ଗ୍ରାହକ ।
ଆଦିବାସୀ ମେଳାରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନଜାତିଙ୍କ ଉତ୍ପାଦିତ ଓ ସଂଗୃହୀତ କୃଷି ଓ ବନଜାତ ଦ୍ରବ୍ୟ କିଣିବା ପାଇଁ ମଧ୍ୟ ଗ୍ରାହକଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହେଉଛି । ମେଳାକୁ ଆସୁଥିବା ଦର୍ଶକଙ୍କ ଭରପୁର ଭିଡ଼ ଲାଗି ରହୁଛି । ଏ ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର‌୍ୟ୍ୟକ୍ରମରେ ପାରଳାଖେମୁଣ୍ଡିର ସଉରା ନୃତ୍ୟ, ଲାଞ୍ଜିଗଡ଼ର ଢ଼ାପ ନୃତ୍ୟ, ଚମ୍ପୁଆର ବାହା ପରବ, ମୁଣ୍ଡାଙ୍କ କରମା ନୃତ୍ୟ, ଭୂୟାଁ ମାନଙ୍କ ବିହା ନାଚ ଏବଂ ସଉରାମାନଙ୍କ କାନ୍ଦୁଲ ନୂଆଖିଆ ନାଚରେ ଦର୍ଶକ ବିମୋହିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking