26.1 C
Bhubaneswar
Friday, April 3, 2026
Homeଦେଶ ବିଦେଶଜମି ବିବାଦକୁ ନେଇ ପାକିସ୍ତାନରେ ଗୋଷ୍ଠୀ ସଂଘର୍ଷ, ଉଭୟ ପକ୍ଷରୁ ୩୬ ମୃତ

ଜମି ବିବାଦକୁ ନେଇ ପାକିସ୍ତାନରେ ଗୋଷ୍ଠୀ ସଂଘର୍ଷ, ଉଭୟ ପକ୍ଷରୁ ୩୬ ମୃତ

ନୂଆଦିଲ୍ଲୀ: ପାକିସ୍ତାନର ଅଶାନ୍ତ ଉତ୍ତର-ପଶ୍ଚିମ କୁର୍ମ ଜିଲ୍ଲାରେ ଏକ ଜମି ବିବାଦକୁ ନେଇ ଦୁଇ ଜନଜାତି ସଂପ୍ରଦାୟର ଲୋକଙ୍କ ମଧ୍ୟରେ ହିଂସାକାଣ୍ଡ ଘଟିଛି। ଗତ ୬ଦିନ ଧରି ଚାଲିଥିବା ଏହି ହିଂସାତ୍ମକ ସଂଘର୍ଷରେ ବର୍ତମାନ ସୁଦ୍ଧା ୩୬ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ ଏଥିରେ ୮୦ ଜଣ ଆହତ ହୋଇଛନ୍ତି। ପୋଲିସ କହିଛି ଯେ, ପରିସ୍ଥିତିକୁ ଶାନ୍ତ କରିବା ପାଇଁ ସରକାର ଚେଷ୍ଟା ଜାରି ରଖିଛନ୍ତି। ପୂର୍ବରୁ ଜୁଲାଇରେ ବୋଶେହରା ଏବଂ ମଲିଖେଲ ଜନଜାତି ମଧ୍ୟରେ ହୋଇଥିବା ସଂଘର୍ଷରେ ଅତି କମରେ ୫୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫୦ ରୁ ଅଧିକ ଆହତ ହୋଇଥିଲେ । ଏହା ପରେ ଏହି ଲଢେଇ ବାଲିଶଖେଲ, ସଦ୍ଧା, ଖାର କାଲାୟ, ପିବର ଏବଂ ମକବାଲ ଭଳି ଅଞ୍ଚଳରେ ବ୍ୟାପିଗଲା ।

ଏହି ବିବାଦକୁ ବନ୍ଦ କରିବା ପାଇଁ ଉଭୟ ପକ୍ଷର ଆଦିବାସୀ ଡେପୁଟି ଇନ୍ସପେକ୍ଟର ଜେନେରାଲ ଏବଂ କମିଶନର କୋହତଙ୍କୁ ଭେଟିଥିଲେ। ତେବେ ବର୍ତ୍ତମାନର ଏହି ସଂଘର୍ଷ ମଧ୍ୟରେ ଗୁରୁବାର ତହସିଲ ଅଂଚଳରେ ପ୍ରବଳ ଗୁଳି ବିନିମୟ ହୋଇଛି । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ପୋଲିସର ସୂଚନାନୁସାରେ, ଏହି ସମୟ ମଧ୍ୟରେ ଉଭୟ ପକ୍ଷ ପରସ୍ପରକୁ ଛୋଟ ଏବଂ ବଡ ଅସ୍ତ୍ରରେ ଟାର୍ଗେଟ କରିଥିଲେ । ଏହି କାରଣରୁ ପାରାଚିନାର-ପେଶୱାର ମୁଖ୍ୟ ରାସ୍ତା ଏବଂ ପାକ୍‌-ଆଫଗାନିସ୍ତାନ ଖାର୍ଲାଚି ସୀମା ବନ୍ଦ ରହିଥିଲା । ଏହି ଅବରୋଧ ଦ୍ୱାରା ଖାଦ୍ୟ, ଇନ୍ଧନ ଏବଂ ଔଷଧ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖାଦେଇଛି ବୋଲି ପୋଲିସ କହିଛି । ପାରାଚିନାର ସହର ସମେତ ପ୍ରଭାବିତ ଅଞ୍ଚଳରେ ଥିବା ଉଭୟ ଘରୋଇ ଏବଂ ସରକାରୀ ବିଦ୍ୟାଳୟ ୬ ଦିନ ପାଇଁ ବନ୍ଦ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking