20.1 C
Bhubaneswar
Sunday, November 17, 2024
Homeଓଡିଶାମୋଟର ଚାଳକ ସଂଘର ଧର୍ମଘଟ : ୩ମାସ ର କ୍ଷତି ପୂରଣ ଓ ୫୦ ଲକ୍ଷ...

ମୋଟର ଚାଳକ ସଂଘର ଧର୍ମଘଟ : ୩ମାସ ର କ୍ଷତି ପୂରଣ ଓ ୫୦ ଲକ୍ଷ ଟଙ୍କାର ବୀମା ଦାବି

ଭୁବନେଶ୍ୱର : ବିଭିନ୍ନ ପ୍ରକାର ଦାବି ନେଇ ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ଧର୍ମଘଟ ଜାରି ରହିଛି । ଏହି ଧର୍ମଘଟରେ ୩ମାସର କ୍ଷତିପୂରଣ ସମେତ ୫୦ ଲକ୍ଷଟଙ୍କା ବୀମା କଲ୍ୟାଣ ପାଣ୍ଠି ଓ ଶ୍ରମ ବିଭାଗ ଦ୍ୱାରା ପରିବହନ କର୍ମଚାରୀ ମାନ୍ୟତା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ବସ୍ ସଂଘ । ଏଥିରେ ମା’ ରାମଚଣ୍ଡୀ ବସ କର୍ମଚାରୀ ସଂଘର ଡ଼୍ରାଇଭର , ହେଲପର ଓ କଣ୍ଡକ୍ଟର ଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ । ଏହା ଫଳରେ ଆଜି ମଧ୍ୟ ବସ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏହା ସହ କର୍ମଚାରୀ ମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ସହ ଏକ କୋଟି ଟଙ୍କାର ଅନୁକମ୍ପାମୂଳକ ସହାୟତାରେ ରାଶି ଘୋଷଣର କଲେ କର୍ମଚାରୀମାନେ କାର୍ଯ୍ୟ ଆରମ୍ଭ କରିବେ ବୋଲି କହିଛନ୍ତି । ଧର୍ମଘଟ ପାଇଁ କାକଟପୁର , ଅସ୍ତରଙ୍ଗ , କୋଣାର୍କର୍ ଓ ପିପିଲିରୁ କୌଣସି ବସ ଚଳାଚଳ କରୁନାହିଁ । ଦାବି ପୂରଣ ହେଲେ ହିଁ ବସ ଚଳାଚଳ କରିବ ବୋଲି କର୍ମଚାରୀ ମାନେ ଚେତାବନୀ ଦେଇଛନ୍ତି । ଅନ୍ୟପଟେ , ଓଡ଼ିଶା ମୋଟର ଚାଳକ ସଂଘର ଆନ୍ଦୋଳନ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ନିଜର ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି ସେମାନଙ୍କ ପାଇଁ ବୀମାର ଆବଶ୍ୟକତା ରହିଛି । ସେମାନଙ୍କ ଦାବି ମୁଖ୍ୟମନ୍ତ୍ରୀଙ୍କ ବିଚାରାଧୀନ ରହିଛି । ପରେ ଆର୍ଥିକ ସ୍ଥିତିକୁ ଦେଖି ନିଷ୍ପତି ନିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking