ଭୁବନେଶ୍ୱର: ଓଡ଼ିଶା ପରିବହନ କର୍ମଚାରୀ ମହାସଂଘର ଆନେ୍ଦାଳନ ପ୍ରତ୍ୟାହୃତ ହୋଇଛି । ଆନେ୍ଦାଳନ ପ୍ରତ୍ୟାହାର ନେଇ ମହାସଂଘର ସଭାପତି ଜନାର୍ଦ୍ଧନ ପତି ସୂଚନା ଦେଇଛନ୍ତି । ଦାବି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ ପରିବହନ ସଚିବଙ୍କ ସହ ଆଲୋଚନା ପରେ ଆନେ୍ଦାଳନ ପ୍ରତ୍ୟାହାର କରାଯାଇଥିବା ଶ୍ରୀ ପତି ସୂଚନା ଦେଇଛନ୍ତି । ଏନେଇ ଶ୍ରୀ ପତି କହିଛନ୍ତି ଯେ ହିଟ ଆଣ୍ଡ ରନ ଆଇନ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ପ୍ରଦୀନ ଜେନା ଆଲୋଚନା କରିଛନ୍ତି । କେନ୍ଦ୍ର ଗୃହ ସଚିବଙ୍କ ସହ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଲୋଚନା କରିଛନ୍ତି । ଏହି ଆଇନ ଏବେ କାର୍ଯ୍ୟକାରୀ ହେବ ନାହିଁ ବୋଲି କେନ୍ଦ୍ର ଗୃହ ସଚିବ କହିଛନ୍ତି । ଆଇନ ଏବେ କାର୍ଯ୍ୟକାରୀ ନହେବା ଜାଣି ମହାସଂଘ ଆନେ୍ଦାଳନରୁ ଓହରିଥିବା ଶ୍ରୀ ପତି କହିଛନ୍ତି । ପ୍ରକାଶ ଯେ ସଂଶୋଧିତ ଭାରତୀୟ ନ୍ୟାୟ ସଂହିତାରେ ଡ୍ରାଇଭରଙ୍କ ପାଇଁ କରାଯାଇଥିବା କଡ଼ା ଦଣ୍ଡ ବିଧାନ ବ୍ୟବସ୍ଥାକୁ ବିରୋଧ କରି ଅନିର୍ଦ୍ଦିଷ୍ଟ କାଳୀନ ଧର୍ମଘଟ ଡାକରା ଦେଇଥିଲା ଓଡ଼ିଶା ପରିବହନ଼ ଶ୍ରମିକ ମହାସଂଘ। ଆଜିଠୁ ରାଜ୍ୟର ସବୁ ତେଲ ଡିପୋରୁ ପେଟ୍ରୋଲ-ଡିଜେଲ ଯୋଗାଣ ବନ୍ଦ କରିଦେବାକୁ ସଂଘ ଘୋଷଣା କରିଥିଲା। ଏହାକୁ ନେଇ ଚିନ୍ତା ବଢିଥିଲା। କାରଣ ଯୋଗାଣ ପ୍ରଭାବିତ ହେଲେ ଆଜି ସଂଧ୍ୟା ସୁଦ୍ଧା ସବୁ ଟାଙ୍କିରୁ ତେଲ ସରିଯିବା ଆଶଙ୍କା ରହିଥିଲା। ଏହାଦ୍ୱାରା ଲୋକେ ତ ହଇରାଣ ହେବେ, ମାଲ୍ ପରିବହନ ବି ଗୁରୁତର ପ୍ରଭାବିତ ହେବା ଆଶଙ୍କା ବଢିଯାଇଥିଲା।