31.1 C
Bhubaneswar
Tuesday, July 2, 2024
Homeଅପରାଧକିନ୍ନରଙ୍କୁ ଗଳା ଚିପି ହତ୍ୟା ପରେ ପେଟ୍ରୋଲ ଢ଼ାଳି ଜାଳିଦେଲା ଦୁର୍ବୃତ୍ତ

କିନ୍ନରଙ୍କୁ ଗଳା ଚିପି ହତ୍ୟା ପରେ ପେଟ୍ରୋଲ ଢ଼ାଳି ଜାଳିଦେଲା ଦୁର୍ବୃତ୍ତ

ନୂଆଦିଲ୍ଲୀ: ପ୍ରେମରେ ଧୋକା ବରଦାସ୍ତ ହେଲାନି । ମୁଣ୍ଡକୁ ପୋକ ଚଢ଼ିଲା । ରକ୍ତ ଚାଉଳ ଚୋବାଇଲା ପ୍ରେମିକ । ଶେଷରେ ଗଳା କାଟି କିନ୍ନରଙ୍କ ଜୀବନ ନେଲା ପ୍ରେମିକ । ଆଉ ଏଭଳି ଲୋମହର୍ଷଣକାରୀ କାଣ୍ଡରେ ତାର ସାଥ ଦେଇ ଅଭିଯୁକ୍ତର ଦୁଇ ଜଣ ସାଙ୍ଗ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ରାଜସ୍ଥାନର ଜୟପୁରରେ ଘଟିଛି । ଏଠାରେ ପ୍ରେମରେ ଧୋକା ପାଇବା ପରେ ଜଣେ କିନ୍ନର ମହିଳାଙ୍କୁ ଗଳା ଚିପି ହତ୍ୟା କରିଛି । ନିଜ ଦୁଇଜଣ ସାଥିଙ୍କ ସହ ମିଶି ଗଳା ଚିପି ହତ୍ୟା କରିଲା ଓ ପରେ ପେଟ୍ରୋଲ ପକାଇ ନିଆଁ ଲଗାଇଦେଲା । ଏହି ଘଟଣା ଜୟପୁରର କାନୋତା ଥାନା ଅଞ୍ଚଳର ପାପଡ ଗ୍ରାମରେ ଘଟିଛି । ୨୯ ସେପ୍ଚେମ୍ବରରେ ଉକ୍ତ ଅଞ୍ଚଳର ରାସ୍ତା କଡରେ ଥିବା ଏକ ଜଙ୍ଗଲରେ ଅଧା ଜଳିଯାଇଥିବା ମୃତଦେହ ମିଳିଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ଏହା ସହିତ ୠଝଖ ଟିମ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଥିଲା ।
ଅଭିଯୁକ୍ତ ହେଲା ନରେଶ ମିଣା ଓରଫ ନରଶି, ତାଙ୍କ ଭାଇ ସୂରଜ ମିଣା ଓ ସୁନୀଲ ଭାଟଙ୍କୁ ପୋଲିସ ଗିରଫ କରିଛି । ପଚରା ଉଚରା ସମୟରେ ଅଭିଯୁକ୍ତ ଅପରାଧ ସ୍ୱୀକାର କରିଛନ୍ତି । ପୋଲିସ ତଦନ୍ତରୁ ମୃତକର ପରିଚୟ ନିଲୁ କିନ୍ନର ବୋଲି ଜଣାପଡିଛି । ପଚରା ଉଚରାରୁ ଜଣାପଡିଛି କି, ନରେଶ ଓ ନିଲୁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଦୀର୍ଘ ବର୍ଷ ପର‌୍ୟ୍ୟନ୍ତ ଉଭୟ ଏକାଠି ଥିଲେ । କିନ୍ତୁ କିଛି ସମୟ ପୂର୍ବରୁ ଉକ୍ତ କିନ୍ନର ମହିଳା ଜଣଙ୍କ ନରେସଙ୍କୁ ଛାଡି ଅନ୍ୟ ଜଣେ ଯୁବକଙ୍କ ସହିତ ରହୁଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଝଗଡା ଏତେ ଆଗକୁ ବଢିଯାଇଥିଲା ଯେ ନରେଶ ନିଜ ପ୍ରେମିକାଙ୍କ ମୁହଁକୁ ମାରି ରକ୍ତାତ କରିଦେଇଥିଲା । ତା’ପରେ ନରେଶ ଓ ସୁନୀଲ ମିଶି ଢୋଲ ଦଉଡିରେ କିନ୍ନର ମହିଳାଙ୍କ ଗଳା ଚିପି ହତ୍ୟା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking