ବାଲେଶ୍ୱର: ବାହାନଗା ଟ୍ରେନ ଟ୍ରଜେଡିରେ ଏସସିବି ମେଡିକାଲରେ ଆଉ ଜଣେ ମୃତ । ସେଣ୍ଟ୍ରାଲ ଆଇସିୟୁରେ ଥିଲେ,ଘର ବିହାର ଏବଂ ତାଙ୍କ ନାଁ ମନୀଷ କୁମାର ବୋଲି ଜଣାପଡୁଛି । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି । ଏସସିବିରେ ଏବେ ଆଉ ୨୨ ଜଣ ଚିକିତ୍ସାଧୀନ ଥିବା ସୂଚନା ମିଳିଛି । ଟ୍ରେନ ଦୁର୍ଘଟଣାରେ ମୋଟ ମୃତ୍ୟୁ ସଂଖ୍ୟା ୨୯୩ରେ ପହଞ୍ଚିଲା ।