30.1 C
Bhubaneswar
Wednesday, January 21, 2026
Homeଦେଶ ବିଦେଶଉତ୍ତରପ୍ରଦେଶରେ ଟ୍ରେନ ଦୁର୍ଘଟଣା : ୨ ମୃତ

ଉତ୍ତରପ୍ରଦେଶରେ ଟ୍ରେନ ଦୁର୍ଘଟଣା : ୨ ମୃତ

ଉତ୍ତରପ୍ରଦେଶ : ପୁଣି ଟ୍ରେନ ଦୁର୍ଘଟଣା। ଲାଇନଚ୍ୟୁତ ହୋଇଛି ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ। ଏହି ଏକ୍ସପ୍ରେସର ୪ ଏସି ବଗି ଲାଇନଚ୍ୟୁତ ହୋଇଛି। ଉତ୍ତର ପ୍ରଦେଶର ଗୋଣ୍ଡା ଓ ଝିଲାହି ମଧ୍ୟରେ ଏପରି ଦୁର୍ଘଟଣା ଘଟିଛି। ଟ୍ରେନର କିଛି ବଗି ଝିଲାହି ଷ୍ଟେସନ ଠାରୁ ଅଳ୍ପଦୂରରେ ଥିବା ପିକାଉରା ଠାରେ ଓଲଟି ପଡ଼ିଛି। ତେବେ ୨ ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚିବା ଆରମ୍ଭ କରିଛନ୍ତି। ସାମ୍ନାକୁ ଆସିଥିବା ଫଟୋରେ ଓଲଟି ପଡ଼ିଥିବା ବଗି ମଧ୍ୟରେ ଅନେକ ଲୋକ ଫସି ରହିଥିବା ଦେଖିବାକୁ ମିଳୁଛି। ଆଉ କିଛି ଲୋକ ଟ୍ରେନ ଲାଇନରେ ପଡ଼ି ରହିଛନ୍ତି। ସେହିପରି ଲୋକମାନେ ନିଜର ଜିନିଷ ସହ ଟ୍ରାକରେ ଛିଡ଼ା ହୋଇଥିବା ଦୃଶ୍ୟ ସାମ୍ନାକୁ ଆସିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking