ଭୁବନେଶ୍ୱର: ଆସନ୍ତା ବିଧାନସଭା ଅଧିବେଶନକୁ ଦୃଷ୍ଟିରେ ରଖି ବିଧାନସଭା ଏବଂ ଆଖପାଖ ଅଞ୍ଚଳରେ ଟ୍ରାଫିକ୍ କଟକଣା ବ୍ୟବସ୍ଥା କରାଯାଇଛି । ଓଡିଶା ଅର୍ବାନ ପୁଲିସ ଆକ୍ଟ ୨୦୦୩ ଅନୁଯାୟୀ ଏହି କଟକଣା ଲାଗୁ କରାଯିବ । ଦୁଇଟି ପର୍ଯ୍ୟାୟରେ ଏହି କଟକଣା ଲଗାଯିବ । ପ୍ରେବୁଆରୀ ୨୧ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଏବଂ ୧୦ ମାର୍ଜରୁ ୬ ଏପ୍ରିଲ ପର୍ଯନ୍ତ ଏହି କଟକଣା ବଳବତ୍ତର ରହିବ । ହାଉସିଂ ବୋର୍ଡ ଛକରୁ ଆସୁଥିବା ଗାଡି ଗୁଡିକ କେଶରୀ ଟକିଜ ପାଖରେ ବାମ ପାଶ୍ୱରେ ମୋଡ ନେବେ ।
ସେହିପରି ଏଜି ଛକରୁ ପିଏମ୍ଜି ଆଡକୁ ଆସୁଥିବା ଗାଡି ଗୁଡିକ ଜୟଦେବ ଭବନ ନିକଟରେ ଡାହାଣ ପାଶ୍ୱର୍କୁ ମୋଡ ନେଇ ଇନ୍ଦିରାଗାନ୍ଧି ପାର୍କ ଆଡକୁ ଯିବେ । ଲୋୟର ପିଏମ୍ଜିରୁ ଆସୁଥିବା ସମସ୍ତ ଗାଡି ଗୁଡିକ ସିଧା ଛଡା ନ ଯାଇ ଏହାର ଆଖପାଖ ରାସ୍ତା ଦେଇ ଯିବେ । ୧୨୦ ବାଟାଲିୟନ୍ରୁ ରବିନ୍ଦ୍ର ମଣ୍ଡପ ଆଡୁକୁ ଆସୁଥିବା ଗାଡି ଗୁଡିକ ପାୱାର ହାଉସ୍ ଛକକୁ ଡାଇଭଟ କରାଯାଇଛି । ଯେଉଁ ସବୁ ଗାଡି ରାଜଭବନ ଛକରୁ ଏମ୍ଏଲ୍ଏ କଲୋନୀ ଏବଂ ରବିନ୍ଦ୍ର ମଣ୍ଡପ ଆଡକୁ ଆସୁଛନ୍ତିି ସେମାନଙ୍କୁ ଶାସ୍ତ୍ରୀ ନଗର ହୋଇ ଯିବାକୁ ପଡିବ । ତେବେ ଏହି କଟକଣା ବିଧାନସଭା, ରାଜ୍ୟ ସଚିବାଳୟ ଏବଂ ଅନ୍ୟ ନିକଟବର୍ତ୍ତି ସରକାରୀ ଦପ୍ତରକୁ ପ୍ରବେଶ ପାଇଁ ଅନୁମତି ଥିବା ଯାନ ଗୁଡିକ ଉପରେ ଲାଗୁ ହେବ ନାହିଁ ।