21.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶବିଷାକ୍ତ ଗ୍ୟାସ ଲିକ୍‌: ୨ ମୃତ, ୫୦ ହସ୍ପିଟାଲରେ ଭର୍ତ୍ତି

ବିଷାକ୍ତ ଗ୍ୟାସ ଲିକ୍‌: ୨ ମୃତ, ୫୦ ହସ୍ପିଟାଲରେ ଭର୍ତ୍ତି

ରାଞ୍ôଚ: ଝାଡ଼ଖଣ୍ଡର ଧାନବାଦରେ ଏକ ଗ୍ୟାସ୍ ଲିକ୍ ଘଟଣା ଘଟି ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କେବଳ ସେତିକି ନୁହେଁ ଏହି ବିଷାକ୍ତ ଗ୍ୟାସ ଯୋଗୁ ସ୍ଥାନୀୟ ଅଞ୍ଚଳର ପ୍ରାୟ ୧୦,୦୦୦ ଲୋକ ପ୍ରଭାବିତ ହୋଇଛନ୍ତି। ରିପୋର୍ଟ ଅନୁସାରେ ଧାନବାଦର ପିବି ଅଞ୍ଚଳରେ ଏକ କୋଇଲା ଖଣିରେ କାର୍ବନ ମନୋକ୍ସାଇଡ୍ ଗ୍ୟାସ ଲିକ୍ ହୋଇଥିଲା, ଯାହାଫଳରେ ଆଖପାଖ ଅଞ୍ଚଳର ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ପ୍ରାୟ ଦଶହଜାର ସ୍ଥାନୀୟ ବାସିନ୍ଦା ଭୟରେ ଉକ୍ତ ଅଞ୍ଚଳ ଛାଡି ଅନ୍ୟତ୍ର ଚାଲିଯାଇଛନ୍ତି। ଅନ୍ୟପକ୍ଷେ ଘଟଣାଳକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଅଞ୍ଚଳକୁ ତୁରନ୍ତ ଖାଲି କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ସୂଚନା ଅନୁସାରେ ଜିଲ୍ଲାର କେନ୍ଦୁଆଡିହ ଅଞ୍ଚଳରେ ଥିବା ଅନେକ ଖଣିରୁ କାର୍ବନ ମନୋକ୍ସାଇଡ୍ ଗ୍ୟାସ ଲିକ୍ ହେଉଛି । ଗୋଟିଏ ଖଣିରୁ ପ୍ରବଳ ଲିକ୍ ହୋଇ ଅଞ୍ଚଳରେ ବ୍ୟାପକ କ୍ଷତି ଘଟାଇଥିଲା। ସ୍ଥାନୀୟ ଲୋକେ ଶ୍ୱାସକ୍ରିୟାରେ ସମସ୍ୟା ଏବଂ ବାନ୍ତି ଅନୁଭବ କରିଥିଲେ। ଭାରତ କୋକିଂ କୋଲ୍ ଲିମିଟେଡ୍ (ବିସିସିଏଲ) ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ବାସିନ୍ଦାଙ୍କୁ ଅଞ୍ଚଳ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି। ବିସିସିଏଲ୍‌ର ପୁଟକି-ବାଲିହାଟି କୋଲିୟରୀ କ୍ଷେତ୍ରର ମହାପ୍ରବନ୍ଧକ (ଜିଏମ) ଜିସି ସାହା କହିଛନ୍ତି ଯେ, ଏହି ଘଟଣାର ତଦନ୍ତ କରାଯିବ। ତେବେ କମ୍ପାନୀ ପୀଡିତମାନଙ୍କୁ ନିଃସର୍ତ୍ତ କ୍ଷତିପୂରଣ ପ୍ରଦାନ କରିବ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୋକଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking