ଭୁୁବନେଶ୍ୱର: ଆଜି ବିଧାନସଭା ଗୃହରେ ଶୁନ୍ୟକାଳରେ ପ୍ରଶ୍ନ ଉଠାଇଲେ ବିଧାୟକ ଆକାଶ ଦାସନାୟକ । ବର୍ତ୍ତମାନ ଓଡିଆ ସିନେମା କୋମା ଆଡକୁ ଯାଉଥିବା କହିଲେ । ଓଡିଶାରେ ୫୦ରୁ ୬୦ଟି ଫିଲ୍ମ ହଲ ରହିଛି । ହେଲେ ପୁରୀରେ ଗୋଟିଏ ବି ନାହିଁ । ପ୍ରତି ବ୍ଲକରେ ହେଉ ପ୍ରତିଷ୍ଠା ହେଉ ମଲ୍ଟି ପର୍ପୋଜ ଫିଲ୍ମ ହଲ । ପୂର୍ୱ ସରକାରରେ ଗୋଟିଏ ଫିଲ୍ମ ପଲିସି ଆସିଥିଲା । ହେଲେ ଏବେ କୁଆଡ ଗଲା ଜଣା ନାହିଁ । ସେହି ପଲିସିକୁ ବର୍ତ୍ତମାନ ରିଭାଇଭ କରି ଅଣାଯାଉ । ବରପୁତ୍ରମାନଙ୍କ ଉପରେ ଫିଲ୍ମ କରି ସେଥିରେ ସବସିଡ ଦିଆଯାଉ । ଏହାଦ୍ୱାରା କଳାକାର , ଟେକ୍ନିସିାନ ସମସ୍ତଙ୍କ ଆର୍ଥିକ ସ୍ଥିତି ସୁଧୁରିବ ।