ଭୁବନେଶ୍ୱର: ନୂଆବର୍ଷରେ କରୋନା ସଂକ୍ରମଣ ବଢିବା ଆଶଙ୍କା ଥିବାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ନୂଆବର୍ଷରେ ବିଏମ୍ସି ଅଞ୍ଚଳରେ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବାକୁ ନିର୍ଦ୍ଦେଶ ଜାରି ହୋଇଥିଲା । ଏହି କ୍ରମରେ ସହରର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଖଣ୍ଡଗିରି, ଉଦୟଗିରି ଏବଂ ରାଜାରାଣୀ ମନ୍ଦିରକୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨ତାରିଖ ପର୍ଯ୍ୟନ୍ତ ଏହା ବନ୍ଦ ରହିବ । ବର୍ଷର ପ୍ରଥମ ଦିନ ସାଧାରଣତଃ ଲୋକମାନେ ବୁଲାବୁଲି କରିବାକୁ ପସନ୍ଦ କରନ୍ତି ।
ତେଣୁ ଏହି ସ୍ଥାନ ଗୁଡିକରେ ଗହଳି ହେବାର ଯଥେଷ୍ଟ ସମ୍ଭାବନା ଥିବାରୁ ବିଏମ୍ସି ଏଭଳି ପଦକ୍ଷେପ ନେଇଛି । କୌଣସି ଦର୍ଶନୀୟ ସ୍ଥାନକୁ ଯେପରି କୌଣସି ବ୍ୟକ୍ତି ପ୍ରବେଶ ନ କରିପାରନ୍ତି ସେଥିପ୍ରତି ଦୃଷ୍ଟି ରଖିବାକୁ ସମ୍ପୃକ୍ତ ଅନୁଷ୍ଠାନକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପୂର୍ବରୁ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ମଧ୍ୟ ବନ୍ଦ ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ପ୍ଲାନେଟାରିୟମ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି ।