27.1 C
Bhubaneswar
Friday, June 21, 2024
Homeଦେଶ ବିଦେଶସିକ୍କିମରେ ବର୍ଷାର ତାଣ୍ଡବ : ଫସି ରହିଛନ୍ତି ୧୫୦୦ ପର୍ଯ୍ୟଟକ

ସିକ୍କିମରେ ବର୍ଷାର ତାଣ୍ଡବ : ଫସି ରହିଛନ୍ତି ୧୫୦୦ ପର୍ଯ୍ୟଟକ

ସିକ୍କିମ : ଗୁରୁବାର ଦିନ ଉତ୍ତର ସିକ୍କିମର ମାଙ୍ଗାନ ଜିଲ୍ଲାରେ ବ୍ୟାପକ ଭୂସ୍ଖଳନ ହେତୁ ଅତି କମରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ନିଖୋଜ ଅଛନ୍ତି ଏବଂ ୧୫୦୦ ଜଣ ପର୍ଯ୍ୟଟକ ଫସି ରହିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଉତ୍ତର ସିକ୍କିମ ଅଞ୍ଚଳ ବାହାର ସ୍ଥାନଠାରୁ ବିଚ୍ଛିନ୍ନ ହୋଇଛି । ପର୍ଯ୍ୟଟକ ଫସିଛନ୍ତି । ଭୂସ୍ଖଳନ ପରେ ହେବାକୁ ଥିବା ଦୁର୍ଘଟଣାରୁ ବଞ୍ଚିବା ପାଇଁ ସରକାର ପୂର୍ବରୁ ସଜାଗ ରହିଛନ୍ତି । ଅନେକ ହ୍ରଦ ଉ ସାଟେଲାଇଟ ଜରିଆରେ ନଜର ରଖାଯାଇଛି। ତେବେ ୨୦୨୩ ଅକ୍ଟୋବରରେ ଉତ୍ତର ସିକ୍କିମରେ ୫୨୪୫ ମିଟର ଉଚ୍ଚରେ ଥିବା ଦକ୍ଷିଣ ଲୋହନକ ହ୍ରଦରେ ବିସ୍ଫୋରଣ ହୋଇଥିଲା । ଏହାର ଅଂଶ ତଳେ ଥିବା ତିସ୍ତା ବନ୍ଧରେ ଧକ୍କା ହେବାରୁ ବନ୍ଧ ଫାଟିଯାଇଥିଲା । ତେଣୁ ଏଠାରେ ଭୟଙ୍କର ଭୂସ୍ଖଳନ ହୋଇଥିଲା । ଏଥିରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଭୂସ୍ଖଳନ ଏବଂ ବର୍ଷା ଯୋଗୁଁ ସଙ୍ଗକାଳାଙ୍ଗରେ ଏକ ନବନିର୍ମିତ ପୋଲ ଭାସିଯାଇଛି । ବିଭିନ୍ନ ଘର, ରାସ୍ତାରେ ବୁଡି ରହିଛି । ବିଦ୍ୟୁତ ଖୁଣ୍ଟ ଭାସିଯାଇଛି । ବର୍ଷା ଯୋଗୁଁ ମୋବାଇଲ ନେଟୱାର୍କ ମଧ୍ୟ ପ୍ରଭାବିତ ହୋଇଛି । ଜିଲ୍ଲା ପ୍ରଶାସନ ଏସଡିଆରଏଫ ଟିମ୍ ପଠାଇବାକୁ ଅନୁରୋଧ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking