27.1 C
Bhubaneswar
Saturday, June 22, 2024
Homeଓଡିଶାଆଜି ମ୍ୟାଚ୍‌: ଷ୍ଟାଡିୟମରେ ଲାଇନ୍ ନାହିଁ

ଆଜି ମ୍ୟାଚ୍‌: ଷ୍ଟାଡିୟମରେ ଲାଇନ୍ ନାହିଁ

ଭୁବନେଶ୍ୱର: ଆଉ କିିଛି ଘଂଟା ପରେ ମ୍ୟାଚ୍ ଆଉ ଷ୍ଟାଡିୟମରେ ନାହିଁ ବିଜୁଳି ସଂଯୋଗ । ରାୟପୁର ସହିଦ ବୀରନାରାୟଣ ସିଂ ଷ୍ଟାଡିୟମରେ ଅଭାବନୀୟ ସ୍ଥିତି ହୋଇଥିବା ଜଣାପଡିଛି । ରାୟପୁର ଷ୍ଟାଡିୟମରେ ଆଜି ଭାରତ-ଅଷ୍ଟ୍ରେଲିୟା ଚତୁର୍ଥ ଟି-ଟ୍ୱେଣ୍ଟି ମ୍ୟାଚ୍ । ତେବେ ଅତ୍ୟଧିକ ବିଜୁଳି ବିଲ୍ ବାକି ଥିବାର ଷ୍ଟାଡିୟମରୁ ଲାଇନ୍ କଟାଯାଇଛି । ୩ କୋଟି ୧୬ ଲକ୍ଷ ବିଲ୍ ବାକି ପାଇଁ ୫ ବର୍ଷ ତଳୁ କଟାଯାଇଛି ଲାଇନ୍ ।

ମ୍ୟାଚ୍ ପାଇଁ ବିଶେଷ ଅନୁରୋଧରେ ଦିଆଯାଇଛି ଅସ୍ଥାୟୀ ସଂଯୋଗ । ମାତ୍ର ୨୦୦ କେଭିର ସଂଯୋଗ ଦିଆଯାଇଥିବାରୁ ଅଚଳାବସ୍ଥା ସୃଷ୍ଟି ହୋଇଥିବା ସୂଚନା ରହିଛି । ୨୦୦ କେଭିରେ କେବଳ ଗ୍ୟାଲେରୀ ଓ ବକ୍ସ ଆଲୋକିତ ହୋଇପାରିବ । ଫ୍ଲଡଲାଇଟ୍ ପାଇଁ ୨୦୦ କେଭି ପର୍ଯ୍ୟାପ୍ତ ହେଉନଥିବାର ଅଚଳାବସ୍ଥା ସୃଷ୍ଟି ହୋଇଥିବା ସୂଚନା ରହିଛି । ରାୟପୁର ଷ୍ଟାଡିୟମରେ ଏଭଳି ସ୍ଥିତି ନେଇ ଜାତୀୟ ଗଣମାଧ୍ୟମରେ ଖବର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking