28.1 C
Bhubaneswar
Sunday, November 17, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ: ଆଜି ଅଫିସ କାମରେ ଭାବପ୍ରବଣବଶତଃ ବିରକ୍ତିକର କଥା କହି ଅପଦସ୍ଥ ହେବେ । ପରକଥାରେ ପ୍ରଭାବିତ ହୋଇ ଭୁଲ ମାର୍ଗ ଅନୁସରଣ କରିବେ । ନୂତନ ବନ୍ଧୁଙ୍କ ସହ ଆଳସ ଆଲୋଚନାରେ ସମୟ କଟାଇବେ । ମହିଳାମାନଙ୍କ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବଢ଼ିବ ।

ବୃଷ:ଜମିଜମା କାରବାର ବୃଦ୍ଧି ପାଇଁ ଚେଷ୍ଟିତ ହେବେ । ସତସଙ୍ଗ କିମ୍ବା ଧର୍ମାନୁଷ୍ଠାନଦିଗରୁ ପ୍ରେରଣା ଲାଭ କରିପାରନ୍ତି । ପରିବାରର ବିଜୟ ଯାତ୍ରା କ୍ରମଶଃ ବୃଦ୍ଧି ହେତୁ ମାନସିକ ଅବସାଦ ବଢ଼ିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବନାହିଁ ।

ମିଥୁନ: ଇର୍ଷା ପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ମାଲିମୋକଦ୍ଦମା କିମ୍ବା ବିବାଦୀୟ ଘଟଣାରେ ବିଜୟୀ ହେବେ । ବ୍ୟବସାୟରେ ସନ୍ତୋଷଜନକ ଫଳ ଦେଖାଦେଇପାରେ । ମାନସିକସ୍ତରରେ କଷ୍ଟ ପାଇବେ । ମାତ୍ର ଅନ୍ୟାନ୍ୟ କେତେକ ଦିଗରୁ ଲାଭବାନ ହେବେ ।

କର୍କଟ: ଆଜି ଯେଉଁ କାମରେ ହାତଦେବେ ସେଥିରେ ସଫଳତା ଅବଶ୍ୟମ୍ଭାବୀ । ସାମାଜିକ ଜୀବନରେ ଅନ୍ୟାୟ ବିରୋଧରେ ସ୍ୱର ଉଠାଇ ସମସ୍ୟାକୁ ନିୟନ୍ତ୍ରଣ କରିପାରନ୍ତି । ଆକସ୍ମିକ ଭାବରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବେ ।

ସିଂହ: ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ । ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ପୁରାଣ ପଠନ ସାହିତ୍ୟ ଚର୍ଚ୍ଚା ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ମହିଳାମାନେ ମୂଲ୍ୟବାନ ଜିନିଷ ଲାଭ କରି ଖୁସୀ ହେବେ ।

କନ୍ୟା: ଆଜି ସକାଳୁ ସକାଳୁ ଧାର କରଜ କିମ୍ବା ପୂର୍ବ ଶତ୍ରୁତା ସାମୟିକ ଆଲୋଚନାର କେନ୍ଦ୍ରବିନ୍ଦୁ ହେବେ । ପରିବାର ଭିତରେ ସମସ୍ୟା ସମାଧାନ ପାଇ ଚେଷ୍ଟା କରିବେ ଓ ସଫଳତା ମଧ୍ୟ ପାଇବେ । ମହିଳାମାନେ ପଡ଼ୋଶୀଙ୍କ ସମ୍ପର୍କକୁ ନେଇ ପରିବାର ଭିତରେ ଅଶାନ୍ତି ସୃଷ୍ଟି କରିବେ ।

ତୁଳା: ବନ୍ଧୁମାନଙ୍କ ସହ ହସଖୁସୀ ଓ ବିଳାସ ବ୍ୟସନରେ ସମୟ ଅତଅିବାହିତ ହେବ । ବହୁ ପ୍ରତିକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରିବେ । ଆଳସ୍ୟ ଓ ଅବହେଳା କାରଣରୁ ଗୁରୁତ୍ୱପୂର୍ଣ୍ଣ କାମଗୁଡ଼ିକ ପାଇ ଅନୁତପ୍ତ ରହିବେ । ମହିଳାମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିପାରେ ।

ବିଛା: ଦୀର୍ଘ ସମୟର କାର୍ଯ୍ୟବ୍ୟସ୍ତତା ହେତୁ ଶାରୀରିକ କ୍ଳାନ୍ତି ଅନୁଭବ କରିବେ । ବନ୍ଧୁଙ୍କ ଆମନ୍ତ୍ରଣ କ୍ରମେ ଯାତ୍ରା କରିବାକୁ ପ୍ରସ୍ତୁତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନରେ ସହନଶୀଳତା ଗୁଣର ଅଭାବ ଅଶାନ୍ତିର କାରଣ ହେବ । ପାରିବାରିକ ସମସ୍ୟା ସମାଧାନ ହୋଇଯିବ ।

ଧନୁ: ଗବେଷଣା ରଚନାତ୍ମକ କାମ ସେବା ଓ ପରୋପକାର ହେତୁ ସାମାଜିକ ପ୍ରତିଷ୍ଠା ପଢ଼ିବ । ଆଜିର ଯାତ୍ରାରେ ହାତରୁ ପଇସା ଖର୍ଚ୍ଚ କରି ବନ୍ଧୁଙ୍କୁ ସାହାର୍ଯ୍ୟ କରିବେ । ଅବଶ୍ୟ ଏଥିରେ ଆଭିସନ୍ଧିମୂକଳ ଉଦ୍ଦେଶ୍ୟ ନିହିତ ରହିବ । ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ ହୋଇଯିବ ।

ମକର: କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହେବାର ବହୁତ ସମ୍ଭାବନା ରହିଛି । ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କରି କେତେକାଂଶରେ ଉତ୍ସସିତ ହେବେ ।

କୁମ୍ଭ: ଦୀର୍ଘଦିିନର ମଉଳି ଯାଇଥିବା ଆଶା କଅଁଳି ଉଠିବ । କର୍ମକ୍ଷେତ୍ରରେ ସାହାର୍ଯ୍ୟ ଲାଭ କରି ମନୋବଳ କ୍ରମଶଃ ବୃଦ୍ଧି ପାଇବ । ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ । ମହିଳାମାନେ ଆଶା କରିଥିବା କାମରେ ସଫଳତା ପାଇବେ ।

ମୀନ: ଆଜି ଫେରନ୍ତା ବାଟରେ ଅସାବଧାନତା ବଶତଃ ଦ୍ରବ୍ୟନଷ୍ଟ ହୋଇପାରେ । ବାଣିଜ୍ୟ ବ୍ୟବସାୟରେ ଖୁସି ରହିବେ । ବିବାଦୀୟ ଘଟଣାରେ ବନ୍ଧୁଙ୍କ ମଧ୍ୟସ୍ଥତା ଭଲ କାମ ହେବ ଓ ମାମଲା ଫଇସଲା ହୋଇଯିବ । ମହିଳାମାନେ ସେମାନଙ୍କ ସମସ୍ୟାକୁ କେନ୍ଦ୍ରକରି ଅଶାନ୍ତି ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking