21.1 C
Bhubaneswar
Sunday, December 21, 2025
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଆଜି ଦିନ ମଧ୍ୟରେ ସବୁ କଥାକୁ ଭଲ ରୂପେ ବିଚାର କରି କାମ କରନ୍ତୁ ନତୁବା ବିଭିନ୍ନ ସମସ୍ୟା ମାଡ଼ି ଆସିବ। ବନ୍ଧୁ ଆସିବେ ବହୁତ କିଛି କହିବେ। ମାତ୍ର ଫେରିବା ସମୟରେ ମନଦୁଃଖ କରି ବହୁତ ଅନୁରୋଧ କଥା କହି ବିଦାୟ ନେଇପାରନ୍ତି।

ବୃଷ : ଆଜି ଅତିରିକ୍ତ କଠିନ ଶ୍ରମ କିମ୍ବା ବିଶ୍ୱ ଭ୍ରମଣ କାରଣରୁ ଶାରୀରିକ କ୍ଳାନ୍ତି ଅନୁଭବ କରିବେ। ଆଗାମୀ ଅନୁଷ୍ଠାନିକ କାର୍ଯ୍ୟରେ ସମୟ ଦେବେ। କେତେକ କ୍ଷେତ୍ରରେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହେବେ।

ମିଥୁନ : ଆଜି ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଦଉଡ଼ କରିବାକୁ ପଡ଼ିପାରେ। ସକାଳୁ ସକାଳୁ ଦେଖା କରିବାକୁ କହିଥିବା ବ୍ୟକ୍ତିଟି ସକାଶେ ପ୍ରତିକ୍ଷା ଜନିତ ଯନ୍ତ୍ରଣା ଅନୁଭବ କରିବେ।

କର୍କଟ : ଅବଶ୍ୟ ବ୍ୟସ୍ତତାର ଗୁରୁତ୍ୱ ହୃଦୟଙ୍ଗମ ପୂର୍ବକ ବନ୍ଧୁଙ୍କ କୌଣସି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଇ ପାରନ୍ତି। ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। କେତେକ କାରଣରୁ କେନ୍ଦ୍ର କରିପାରନ୍ତି। ହଠାତ ଦୂରକୁ ଯିବାକୁ ପଡ଼ିପାରେ। ବିଚାର ବୃଦ୍ଧିକୁ ପ୍ରୟୋଗ କରି ଅସମର୍ଥ ହେବେ।

ସିଂହ : ଆଜି ମନ ଭିତରେ ଗୋପନ କଥାକୁ କହିବାକୁ ଇଚ୍ଛା ଥିଲେ ମଧ୍ୟ ସଙ୍କୋଚବଶଃ କରିବେ। ମନ କଥା ପ୍ରକଶ କରିପାରିବେ ନାହିଁ। ବୃଥା ସନ୍ଦେହ କରି ଅନ୍ୟମାନଙ୍କ ଦ୍ୱାରା ଅପମାନିତ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଚାର ବିଳମ୍ବ ହେବାରୁ ଅଶାନ୍ତି ଅନୁଭବ କରିବେ। ଆର୍ଥିକ ଅନଟନ ଲାଗି ରହିବ।

କନ୍ୟା : ଆଜି ସାମାନ୍ୟ କଥାରେ ମତଭେଦ ଘଟିପାରେ। ପରିବାରରେ କୌଣସି ବ୍ୟକ୍ତିଙ୍କ ମନରେ ସରସତା ରହିବ ନାହିଁ। ଅବସ୍ୟ ଅନ୍ୟ କୌଣସି ବ୍ୟକ୍ତିଙ୍କ ଦ୍ୱାରା ସାହାଯ୍ୟ ପାଇବେ। ଅବସାଦ ଦୂର ହେବ। ମହିଳାମାନେ ମୂଲ୍ୟବାନ୍ ଦ୍ରବ୍ୟ ଲାଭ କରିବେ।

ତୁଳା : ବାଣିଜ୍ୟ ଓ ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ। ମାତ୍ର ସବୁ କଥାକୁ ଭୂଲଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ପ୍ରତ୍ୟକ କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ବୃଦ୍ଧି ପାଇବ। ଲକ୍ଷ ହାସଲ କରିପାରନ୍ତି। ମହିଳାମାନେ ନିଜର ଇଚ୍ଛାରେ କାମ କରି ସମାଲୋଚିତ ହେବେ।

ବିଛା: ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ। ବ୍ୟବସାୟରେ ସ୍ୱଚ୍ଛ ଲାଭ ହୋଇପାରେ। କର୍ମକ୍ଷେତ୍ରରେ ଉନ୍ନତି କରିବେ। ଗୃହ ନିର୍ମାଣ ପାଇଁ ଇଚ୍ଛା ପ୍ରକାଶ କରିବେ।

ଧନୁ : ପାରିବାରିକ ବିଶୃଙ୍ଖଳା ଲାଗି ରହିବ, ସମାଧାନ ବହୁ କଷ୍ଟରେ କରିବେ। ବ୍ୟବସାୟ ଓ ଚାଷ କାର୍ଯ୍ୟରେ ଉନ୍ନତି ଦେଖାଦେବ। କାର୍ଯ୍ୟରେ ନିନ୍ଦିତ ହେବେ।

ମକର: ବହୁଦିନର ଉଦ୍ୟମ ବୃଥା ହେବ। ପ୍ରତାରଣାର ଶିକାର ହେବେ। କୌଣସି ଅନୁଷ୍ଠାନରେ ସମ୍ମାନିତ ହେବେ। କର୍ମକ୍ଷେତ୍ରରେ ଖୁସି ହେବେ। ଅହମିକା ହେତୁ ଅପଦସ୍ତ ହେବେ। କାର୍ଯ୍ୟକ୍ଷେତ୍ରରେ ଧୈର୍ଯ୍ୟର ଅଭାବ ଘଟିବ।

କୁମ୍ଭ: ଆଜି ସାଧୁଲୋକଙ୍କ ସଂସ୍ପର୍ଶରେ ଆସିପାରନ୍ତି। ପ୍ରତିଯୋଗିତାରେ ସମୟ କାଟିବେ। କଳହାଦିରେ ଜଡ଼ିତ ହେବେ। ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ଉଦାସୀନତା ରହିପାରନ୍ତି। କାର୍ଯ୍ୟରେ ସିଦ୍ଧି ମିଳିପାରିବ। ଗୃହରେ ଆନନ୍ଦ ପାଇବେ।

ମୀନ: ବହୁଦିନର ଷଡ଼ଯନ୍ତ୍ରରୁ ଉଧୁରିଯିବେ। ବିଚଳିତ ହୋଇପାରନ୍ତି। ସଞ୍ଚୟ ଉପଯୋଗ କରିବେ। ଗୃହ କାର୍ଯ୍ୟରେ ଆଗ୍ରହୀ ହେବେ। ଅଯଥା ଆଶଙ୍କା ଅନୁଭବ କରିବେ। ଧର୍ମୀୟ ଭାବନାରେ ଶାନ୍ତି ପାଇବେ। ସତର୍କ ରହି ମଧ୍ୟ କ୍ଷତିରେ ପଡ଼ିପାରନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking